ପୁଣି ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ । ଭାରତୀୟ ବାୟୁସେନା ମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ । ଏୟାରମାର୍ଶଲ ଅମରପ୍ରୀତ ସିଂଙ୍କ ସହ ମୋଦୀ ବୈଠକ କରୁଥିବା ସୂଚନା ରହିଛି । ଗତକାଲି ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରୀପାଠିଙ୍କ ସହ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଛି ଭାରତ । ଏହା ଭିତରେ ସ୍ଥଳ,ଜଳ ଓ ବାୟୁସେନା ମୁଖ୍ୟଙ୍କ ସହ ଏକାଠି ବୈଠକ ଓ ପରେ ଜଣଙ୍କ ପରେ ଜଣେ ମୁଖ୍ୟଙ୍କ ସହ ମୋଦୀଙ୍କ ରୁଦ୍ଧଦ୍ବାର ବୈଠକ ଏକଥା ସୂଚାଉଛି କିଛି ଗୋଟେ ବଡ ହୋଇପାରେ । ପାକିସ୍ତାନ ବିରୋଧରେ ଭାରତ ନିର୍ଣ୍ଣାୟକ କାଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସମୟ ବୋଧେ ପାଖେଇ ଆସୁଛି ।

You can share this post!
author