ମୋଦି କାଢିଲେ ବ୍ରହ୍ମାସ୍ତ୍ର ଖିନଭିନ ହେବ ପାକିସ୍ତାନ

ମୋଦି କାଢିଲେ ବ୍ରହ୍ମାସ୍ତ୍ର ଖିନଭିନ ହେବ ପାକିସ୍ତାନ

ଯେବେ ଯେବେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଛି ସେବେ ସେବେ ପାକିସ୍ତାନ ଧୂଳି ଚାଟିଛି । ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ କୌଣସି ସମୟରେ ବି ମାଟିରେ ମିଶିପାରେ ପାକିସ୍ତାନ । ପହଲଗାମରେ ନୀରିହ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ହେବା ପରେ ପ୍ରତିଶୋଧ ନିଆଁରେ ଜଳୁଛି ଭାରତ । ଘଟଣାକୁ ନିନ୍ଦା କରିବା ସହିତ ଆତଙ୍କବାଦୀଙ୍କ ଉପରେ କଡ୍ଡା ଆକ୍ସନ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିସାରିଛନ୍ତି । ତେବେ କଣ ହେବ ଭାରତର ଆଗାମୀ ରଣନୀତି ? ସତରେ କଣ ଭାରତ ପାକିସ୍ତାନ ମଧ୍ୟରେ ହେବ କି ବଡ ଯୁଦ୍ଧ ? କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତରେ ରହୁଥିବା ପାକିସ୍ତାନୀଙ୍କୁ ବିଦା କରିବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହାରି ଭିତରେ ଯୁଦ୍ଧ ହେବା ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି । ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ କାହାର ଶକ୍ତି କେତେ ଆସନ୍ତୁ ଜାଣିବା ଏହି ରିପୋର୍ଟରେ…….

ପହଲଗାମ ହମଲା ପରେ ମୁହାଁମୁହିଁ ହେବେ ଭାରତ ପାକିସ୍ତାନ
ଭାରତ କରିବ ପ୍ରହାର ମାଟିରେ ମିଶିବ ପାକିସ୍ତାନ
ଅସ୍ତ୍ର ଛାଡିବ ଭାରତ ଖିନଭିନ ହେବ ପାକିସ୍ତାନ
ବଡ ଯୁଦ୍ଧର ଡକରା ଦେଲା ଭାରତ ଭାରତୀୟ ସେନାଙ୍କ ଆଗରେ ମୁଣ୍ଡ ନୁଆଁଇବ ପାକିସ୍ତାନ

ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ଯଦି ତୁଳନା କରାଯିବ ଭାରତ ପାଖରେ ଯେତିକି ସ୍ଥଳସେନା ଅଛନ୍ତି ପାକିସ୍ତାନ ପାଖରେ ତାହାଠାରୁ ଅଧା ବି ନାହାନ୍ତି । ତେବେ କାହା ପାଖରେ ରହିଛି କେତେ ଯୁଦ୍ଧାସ୍ତ୍ର କେତେ ସୈନ୍ୟ…

ଭାରତ ହେଉଛି ବିଶ୍ୱର 4ର୍ଥ ସୈନ୍ୟ ଶକ୍ତି
ସୈନ୍ୟ ଶକ୍ତି ତାଲିକାରେ ପାକିସ୍ତାନର ସ୍ଥାନ 12ତମ

ଭାରତରେ ଅଛନ୍ତି 1.44 ମିଲିୟନ ସକ୍ରିୟ ସୈନ୍ୟବାହିନୀ
ପାକିସ୍ତାନ ରଖିଛି 6 ଲକ୍ଷ 54 ହଜାର ସକ୍ରିୟ ସୈନ୍ୟ
ଭାରତର ରିଜର୍ଭ ଫୋର୍ସ 11 ଲକ୍ଷରୁ ଅଧିକ
ପାକିସ୍ତାନ ରଖିଛି 5 ଲକ୍ଷ ରିଜର୍ଭ ଫୋର୍ସ
ଭାରତ ପାଖରେ ରହିଛି 180ଟି ପରମାଣୁ ବୋମା
ପାକିସ୍ତାନ ପାଖରେ ରହିଛି 170 ପରମାଣୁ ବୋମା
ଭାରତର ଟ୍ୟାଙ୍କ 4,202 ଏବଂ ପାକିସ୍ତାନର 2,627
ଭାରତର ଯୁଦ୍ଧାସ୍ତ୍ର ଗାଡି 1 ଲକ୍ଷ 48 ହଜାର 50ଟି ରହିଥିବା ବେଳେ ପାକ୍ ର ରହିଛି ମାତ୍ର 49 ହଜାର

ଇଏତ ଭାରତ ଓ ପାକିସ୍ଥାନର ସ୍ଥଳସେନାର କଥା ଏବେ ନଜର ପକାନ୍ତୁ ଉଭୟ ଦେଶର ନୌସନୋ ଓ ବାୟୁସେନା ଉପରେ । ଭାରତର ବାୟୁସେନା ବିଶ୍ୱର ସବୁଠୁ ଶକ୍ତିଶାଳୀ ଏୟାରଫୋର୍ସ ସିଷ୍ଟମ ମଧ୍ୟରୁ ଅନ୍ୟତମ ।

ଏଥିରେ ମୋଟ 2229 ବିମାନ,600 ଯୁଦ୍ଧ ବିମାନ,831 ସହାୟକ ବିମାନ 899 ହେଲିକେପ୍ଟର ରହିଛି
ସେହିପରି ରାଫେଲ,ମିରାଜ 2000,ମିଗ୍ 29,ସୁଖୋଇ ସୁ -30 ଏମକେଆଇ
ଏହାବାଦ ସୁପୋରସୋନିକ କ୍ରୁଜ ମିଜାଇଲ,ବ୍ରହ୍ମୋସ,ଆଣ୍ଟି ରେଡିଏସନ ମିଶାଇଲ,ରୁଦ୍ରମ
ଏୟାର-ଟୁ-ଏୟାର ମିଶାଇଲ,ସବସୋନିକ କ୍ରୁଜ ମିଶାଇଲ ନିର୍ଭୟ,ସରଫେସ-ଟୁ ଏୟାର ଡିଫେନସ ସିଷ୍ଟମ ଆକାଶ ରହିଛି ।

ପାକିସ୍ଥାନର ବାୟୁସେନାର ତାକତ

ପାକିସ୍ତାନର ବାୟୁସେନାରେ 70 ହଜାର ଯବାନ ରହିଛନ୍ତି,328ଟି ଫାଇଟର ଜେଟ ରହିଛି

373ଟି ହେଲିକେପ୍ଟର ଏବଂ 270 କିମି ମିଶାଇଲ ରେଞ୍ଜ ରହିଛି

ଭାରତର ନୌସନୋ ତାକତ

ଭାରତୀୟ ନୌସେନାରେ 1 ଲକ୍ଷ 42 ହଜାର 251 ନୌସେନା କର୍ମଚାରୀ ରହିଛନ୍ତି
ପ୍ରାୟ 150 ଯୁଦ୍ଧ ଜାହାଜ,ଏଟୋମିକ ସବମାରିନ ବା ପରମାଣୁ ବୁଡାଜାହାଜ,
2 ବିମାନ ବାହାକ-INS ବିକ୍ରମାଦିତ୍ୟ ଏବଂ INS ବିକ୍ରାନ୍ତ ରହିଛି
ଏହି ବିଶାଳ ବିମାନ ଯୁଦ୍ଧ ବିମାନ ଓ ହେଲିକେପ୍ଟର ଲଞ୍ଚ କରିପାରିବେ

ପାକିସ୍ତାନର ନୌସେନା ତାକତ

ତେବେ ପାକିସ୍ତାନ ପାଖରେ 30 ହଜାର ନୌବୀର ରହିଛନ୍ତି,8 ହଜାର ରିଜର୍ଭ ଫୋର୍ସ
111 ଯୁଦ୍ଧ ଜାହାଜ,8ଟି ବୁଡାଜାହାଜ ଏବଂ 6ଟି ବିଧ୍ୱଂସକାରୀ ରହିଥିବା ବେଳେ ଏୟାରକ୍ରାପ୍ଟ କ୍ୟାରିୟ ନାହିଁ

ତେବେ ଏପରି ପରିସ୍ଥିତିରେ ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ କିଏ ବାଜିମାତ କରିବେ ତାହା ଆପଣମାନେ ନିଶ୍ଚୟ ଜାଣିପାରିବେ ।

author

Related Articles

Leave a Reply

Your email address will not be published. Required fields are marked *