ମୋଦି-ଶାହଙ୍କ ସୁରକ୍ଷା ବ୍ୟବସ୍ଥାରେ କେଁ, ହରଡଘଣାରେ ଆଇନ ମନ୍ତ୍ରୀ !

ମୋଦି-ଶାହଙ୍କ ସୁରକ୍ଷା ବ୍ୟବସ୍ଥାରେ କେଁ, ହରଡଘଣାରେ ଆଇନ ମନ୍ତ୍ରୀ !

ରାଜ୍ୟରେ ଢିଲା ହୋଇଚାଲିଛି କି ଆଇନ ବ୍ୟବସ୍ଥା ? କଣ କରୁଛନ୍ତି ଆଇନ ମନ୍ତ୍ରୀ ? ରାଜ୍ୟରେ ଆଇନ ବ୍ୟବସ୍ଥା ସହ ନୂଆ ସରକାରଙ୍କ ପାରିବା ପଣିଆକୁ ନେଇ ଏବେ ଏଭଳି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ବିଜେପି ସରକାରରେ ଆଇନ ଶୃଙ୍ଖଳା କଡାକଡି ହେବ, ଦୁର୍ନୀତି ମୁକ୍ତ ଓଡିଶା ବିଜେପି ଗଠନ କରିବ ଏପରି ବଡ ବଡ ଭାଷଣ ମାରୁଥିଲେ ବିଜେପି ନେତା । ଖାସ କରି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଇନ ବ୍ୟବସ୍ଥାକୁ ନେଇ ବଡ ବଡ ଘୋଷଣା କରିଥାନ୍ତି । କିନ୍ତୁ ଏବେ ପୁଣି ଥରେ ସେ ହରଡଘଣାରେ ପଡିଥିବା କୁହାଯାଉଛି । ପୂର୍ବରୁ ବିଭିନ୍ନ ପ୍ରତିଶୃତି, ରତ୍ନଭଣ୍ଡାରକୁ ନେଇ ଆଇନମନ୍ତ୍ରୀଙ୍କୁ ସମାଲୋଚନା କରାଯାଉଥିଲା । ଆଉ ଏବେ ଦଳର ହାଇକମାଣ୍ଡଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ପ୍ରଥମ ଥର ପାଇଁ ରାଜ୍ୟରେ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହୋଇଛି । ବଡ ବଡ ଭିଆଇପିଙ୍କ ସହ ଅନେକ ପୋଲିସ ରାଜଧାନୀରେ ଉପସ୍ଥିତ ଅଛନ୍ତି । କିନ୍ତୁ ଏମାନଙ୍କୁ ସୁରକ୍ଷା ଦେବାରେ ବିଜେପି ସରକାର ବିଫଳ ହୋଇଥିବା କୁହାଯାଉଛି । କାରଣ ଏତେ କଡା ସୁରକ୍ଷା ବଳୟ ଭିତରେ ମଧ୍ୟ ଆତଙ୍କୀମାନେ ବଡ ବିସ୍ଫୋରଣ ହେବା ନେଇ ଧମକ ଦେଇ ଚାଲିଯାଉଛନ୍ତି । ସାମ୍ବାଦିକଙ୍କୁ ଟାର୍ଗେଟ କରି ତାଙ୍କୁ ଧମକପୂର୍ଣ୍ଣ ମେସେଜ ପଠାଉଛନ୍ତି । ଯାହାକୁ ନେଇ ସହ ରାଜଧାନରେ ହଇଚଇ ସୃଷ୍ଟି ହୋଇଯାଇଛି । କିନ୍ତୁ ଏହି ମେସେଜ କିଏ ଏବଂ କେଉଁଠୁ ପଠାଇଛି , ଓଡିଶାରେ ଖଲିସ୍ତାନୀ ଆତଙ୍କୀର ସ୍ଲିପର ସେଲ୍ କାମ କରୁଛି କି , ଓଡିଶାରେ ଖଲିସ୍ତାନୀ ସମର୍ଥକ ଅଛନ୍ତି କି ସେନେଇ ପୋଲିସ କିଛି ବି ସୁରାଗ ଏଯାଏଁ ପାଇନି । କେବଳ ଓଡିଶାକୁ ହାଇ ଆଲର୍ଟ ଜାରି କରାଯାଇଥିବା ଜଣାପଡିଛି ।

ଅନ୍ୟପଟେ ବିମାନବନ୍ଦର ଉଡାଇବାକୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ବରିଷ୍ଠ ସାମ୍ବାଦିକଙ୍କୁ ଇମେଲ ଜରିଆରେ ଧମକପୂର୍ଣ୍ଣ ମେସେଜ ଦେବା ଉପରେ ମଧ୍ୟ ଆଇନ ମନ୍ତ୍ରୀ କିଛି ବି ପ୍ରତିକ୍ରିୟା ରଖିନାହାନ୍ତି । ଓଲଟା ରାଜ୍ୟ କଂଗ୍ରେସ ଯୁବ ନେତା ମୋଦିଙ୍କୁ ବିରୋଧ କରିବା ପ୍ରସଙ୍ଗରେ ପ୍ରେସମିଟ୍ କରି କଂଗ୍ରେସର ଜିନ୍ ରେ ଖରାପ ଗୁଣବତ୍ତା ରହିଥିବା କହି ଟାର୍ଗେଟ କରୁଛନ୍ତି । ଯାହାକୁ ନେଇ ଆଇନ ମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *