ମୋବାଇଲ ଦୋକାନରୁ କବାଟ ଭାଙ୍ଗି ଲୁଟ, ପୋଲିସର ନିଦ ହଜାଇଲେ ଲୁଟେରା

ମୋବାଇଲ ଦୋକାନରୁ କବାଟ ଭାଙ୍ଗି ଲୁଟ, ପୋଲିସର ନିଦ ହଜାଇଲେ ଲୁଟେରା

ଗଞ୍ଜାମ ଜିଲ୍ଲା ଆସିକା ସହରରେ ବଡଧରଣର ଲୁଟ l ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ସହର ପ୍ରମୁଖ ବଜାର ଜମିୟା ମସଜିଦ ପାର୍ଶ୍ୱରେ ଥିବା ପଣ୍ଡା ମୋବାଇଲ ଦୋକାନରେ ବିଳମ୍ବିତ ରାତିରେ କଳାକନା ବୁଲାଇଛନ୍ତି ଲୁଟେରା l ମୋବାଇଲ ଦୋକାନର କବାଟ ଭାଙ୍ଗି ଲୁଟି ନେଇଛନ୍ତି ପ୍ରାୟ ୩ଲକ୍ଷରୁ ଉର୍ଦ୍ଧ ଟଙ୍କାର ମୋବାଇଲ । ଦୋକାନ ମାଲିକ ସକାଳୁ ଦେଖି ଆସିକା ଥାନାରେ ଏକ ଲିଖିତ ଅଭିଯୋଗ ପରେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଥାଉକି ଏହି ଘଟଣା ପୋଲିସର ମୁଣ୍ଡବ୍ୟଥାର ବିଷୟ ହୋଇଛି l କାରଣ ଆସିକା ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ଓ କୋର୍ଟ ଠାରୁ ମାତ୍ର ୧୦୦ମିଟର ଦୂରରେ ରହିଛି | ଏହି ମୋବାଇଲ ଷ୍ଟୋର ରହିଥିବା ବେଳେ ଚୋରି ଘଟଣା ଆସିକା ପୋଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ସଦୃଶ୍ୟ ହୋଇଛି l ବିଳମ୍ବିତ ରାତିରେ ଦୁର୍ବୁର୍ତ୍ତ ମାନେ ଦୋକାନର କାଠ କବାଟକୁ ଭାଙ୍ଗି ଦୋକାନରେ ମରାମତି ହେବାକୁ ଆସିଥିବା ପ୍ରାୟ ୪୦ରୁ ଉର୍ଦ୍ଧ ମୋବାଇଲ ଓ ବିକ୍ରି ପାଇଁ ରହିଥିବା ୭ଟି ମୋବାଇଲ ଏବଂ ମୋବାଇଲ ରିପେରିଙ୍ଗ ପାର୍ଟସ ଆଦି ପାଖା ପାଖି ୩ଲକ୍ଷରୁ ଉର୍ଦ୍ଧ ଟଙ୍କାର ସାମଗ୍ରୀ ଲୁଟିନେଇଛନ୍ତି । ତେବେ ପୋଲିସ ପକ୍ଷରୁ ଘଟଣା ର ଛାନଭିନ ଜାରରହିଥିବା ବେଳେ ପୋଲିସ ସମସ୍ତ ଦିଗକୁ ନେଇ ଟିକିନିକି ଯାଞ୍ଚ କରାଯାଉଥିବା ଦେଖିବାକୁ ମିଳିଛି l

author

Related Articles

Leave a Reply

Your email address will not be published. Required fields are marked *