ମୋହନଙ୍କୁ ଘେରିବାକୁ ବିଜେଡ଼ିର ବୈଠକ . ନବୀନ ଦେଲେ ଡାକରା .ଶଙ୍ଖଭବନରେ ପହଂଚିଲେ ୫୦ ବିଧାୟକ . ନବୀନ ଦେଲେ ଗୁରୁମନ୍ତ୍ରୀ କିପରି ବିଧାନସଭାରେ ଶାସକ ଦଳକୁ କରିବେ ଘାଇଲା .ତେବେ ବିଧାନସଭା ବଜେଟ ଅଧିବେଶ ପୂର୍ବରୁ ଶଙ୍ଖଭବନରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ବିଜେଡ଼ିର ଏକ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି .ଯେଉଁଥିରେ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ହକର ଲଢ଼େଇ ଲଢ଼ିବା ପାଇଁ ନବୀନ ଆହ୍ୱାନ ଦେଇଛନ୍ତି .ତେବେ ବିଧାନସଭା ବଜେଟ ଅଧିବେଶ ପୂର୍ବରୁ ବିଧାୟକ ଦଳ ବୈଠକରେ ସାମିଲ ହୋଇଥିଲେ ନବୀନ . ବିଧାନସଭାରେ ଲୋକଙ୍କ ସ୍ୱର ସାଜିବାକୁ ବିଧାୟକ ମାନଙ୍କୁ ପରାମର୍ଶ ଦେଇଥିଲେ . ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାଠାରୁ ଆରମ୍ଭ କରି କେନ୍ଦ୍ର ବଜେଟରେ ଓଡ଼ିଶାକୁ ଅବହେଳା ,ପୋଲାଭରମ ତଥା ସତ୍ୱନ୍ତ୍ର ରାଜ୍ୟ ପାହ୍ୟା ଆଦି ଓଡ଼ିଶାର ସ୍ୱାର୍ଥ ଉପେକ୍ଷିତ ହେଉଥିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଉତରଦାୟୀ କରିବାକୁ ସଭାପତି ସମସ୍ତଙ୍କୁ ପରାମର୍ଶ ଦେଇଥିଲେ .
ଖାଲି ସେତିକି ନୁହେଁ ବଜେଟ ଉପସ୍ଥାପନ ପରେ ଟୁଇଟ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଶଙ୍ଖପତି .ଟୁଇଟ କରି ନବୀନ କହିଲେ ସାଧାରଣ ବଜେଟରେ ପୁଣି ଓଡ଼ିଶାକୁ ଅଣ ଦେଖା କରାଯାଇଛି . ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ଦାବି ଯଥାର୍ଥ କିନ୍ତୁ ଏହାକୁ ଅଣଦେଖା କରାଯାଉଛି ବୋଲି . ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବା ଓଡ଼ିଶା ପାଇଁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ଦାବି ଯଥାର୍ଥ .ରାଜ୍ୟ ମାନଙ୍କୁ ସ୍ୱତନ୍ତ୍ର ପ୍ୟାକେଜ ପାଉଥିବା ବେଳେ ଓଡ଼ିଶାକୁ କିଛି ମିଳୁନାହିଁ . କେନ୍ଦ୍ର ସରକାର ଓଡ଼ିଶାର ଦାବି ପୁଣି ଅଣଦେଖା କରୁଛନ୍ତି . ଦେଶରେ ଯୁବକ ଚାକିରି ପାଉନଥିବା ବେଳେ ଜନସାଧାରଣ ଅହେତୁକ ଦର ବୃଦ୍ଧିକୁ ନେଇ ହନ୍ତସନ୍ତ ହେଉଛନ୍ତି .କିନ୍ତୁ ଏହି ପ୍ରମୁଖ ବଜେଟରେ ଏହି ଦୁଇଟି ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗ ଉପରେ ଧ୍ୟାନ ଦିଆଯାଇନାହିଁ .ତେବେ ଆଜିଠୁ ବଜେଟ ଅଧିବେଶନ .ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ାକଡ଼ି କରାଯାଇଛି ସଚରକ୍ଷା ବ୍ୟବସ୍ଥା . ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା .ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ .୭ଟି କ୍ୱିକ ରିଆକ୍ସନ ଟିମ ମୁତୟନ ହେବ .ଏହା ସହିତ ଡଗ ସ୍କ୍ୱାଡ ଓ ରୁଫ ଟପ ସିକୁରିଟି ମୁତୟନ ରହିବେ .ଲୋୟର ପିଏମଜିରେ ୧୪୪ ଧାରା ଜାରି କରାଯିବ .ସିସିଟିଭି ଜରିଆରେ ନଜର ରଖାଯିବ .ସେପଟେ ବିଧାନସଭା ଚାଲୁଥିବା ସମୟରେ ଯାନବାହାନ ଚଳାଚଳ ଓ ନିରାପତାକୁ ଦୃଷ୍ଟିରେ ରଖି .ବିଧାନସଭା ସଲଗ୍ନ ରାସ୍ତାମାନଙ୍କର କଟକଣା ଲାଗୁ କରାଯାଇଛି .