ମୋହନଙ୍କୁ ଟକ୍କର ଦେବେ ମେୟର । ୱାର୍ଡରେ ହେବ ଅଭିଯୋଗ ଶୁଣାଣୀ । ଗୋଟିଏ ଦିନ ଶୁଣୁଥିଲେ ମୋହନ, ଏଣିକି ସପ୍ତାହକୁ ତିନିଦିନ ଅଭିଯୋଗ ଶୁଣିବେ ମେୟର । ଏକା ଅଭିଯୋଗ ଶୁଣୁଥିଲେ ମୋହନ ଏବେ ଲୋକଙ୍କ ଅଭିଯୋଗ ଶୁଣିବେ ମେୟର । ସପ୍ତାହରେ ଥରେ ନୁହେଁ ଏଣିକି ଚାରି ଚାରି ଥର ହେବ ଜନଅଭିଯୋଗ ଶୁଣାଣୀ । ବିଏମସି ତରଫରୁ ପ୍ରତି ୱାର୍ଡରେ ଆରମ୍ଭ ହେଲା ଅଭିଯୋଗ ଶୁଣାଣୀ । ସପ୍ତାହରେ ତିନି ଦିନ ବିଏମସି ତରଫରୁ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ମଙ୍ଗଳବାର,ଗୁରୁବାର,ଶନିବାର ଏହି ତିନୋଟି ବାରରେ ପ୍ରତି ୱାର୍ଡରେ ବିଏମସିର ଜନଅଭିଯୋଗ ଶୁଣାଣି କରାଯିବ । ଆସନ୍ତାକାଲି ଠାରୁ 34 ନମ୍ୱର ୱାର୍ଡରୁ ଏହି ଜନଶୁଣାଣି ଆରମ୍ଭ ହେବ । ମେୟର, କର୍ପୋରେଟର ଅଧିକାରୀ ଏହି ଅଭିଯୋଗ ଶୁଣିବେ । ରାଜଧାନୀରେ ମୋହନ ସରକାର ଆରମ୍ଭ କରିଥିବା ଜନ ଅଭିଯୋଗ ଶୁଣାଣି ପ୍ରତି ସୋମବାର କରାଯାଉଛି କିନ୍ତୁ ବର୍ତ୍ତମାନ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏପରି ପ୍ରୟାସ ଆରମ୍ଭ କରାଯାଇଛି ।
ଦୀର୍ଘ ବର୍ଷ ହେବ ଯେଉଁ ଜନଅଭିଯୋଗ ଶୁଣାଣୀ କରାଯାଉନଥିଲା ତାହାକୁ ନେଇ ପୂର୍ବ ସରକାରଙ୍କୁ ବାରମ୍ୱାର ଟାର୍ଗେଟ କରିଆସୁଛନ୍ତି ବର୍ତ୍ତମାନର ସରକାର । ଦୀର୍ଘ 14 ବର୍ଷ ପରେ ଅଭିଯୋଗ ପ୍ରକୋଷ୍ଠ ଖୋଲିଲା ଏବଂ ସାଧାରଣ ଜନତା ଖୋଦ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସି ଅଭିଯୋଗ ଶୁଣୁଛନ୍ତି । ଆଉ ଏବେ ରାଜଧାନୀରେ ପ୍ରତି ୱାର୍ଡରେ ଅଭିଯୋଗ ଶୁଣାଣି ଆରମ୍ଭ କରିଛି ବିଏସି ।
ନିକଟରେ ମୋହନଙ୍କ ଅଭିଯୋଗ ଶୁଣାଣୀକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା । ଅଧିକାଂଶ ସମୟ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବା ଦ୍ୱାରା ସାଧାରଣ ଜନତାଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା ଆଉ ବର୍ତ୍ତମାନ ସମୟରେ ବିଏମସି ତରଫରୁ ଏନେଇ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଯାଇଛି । ତେବେ ଦେଖିବାକୁ ବାକି ରହିଲା ଉଭୟ ଜନଅଭିଯୋଗ ଶୁଣାଣି ସାଧାରଣ ଜନତାଙ୍କୁ କେତେ ଫାଇଦା ଦେଉଛି ।