ମୋହନଙ୍କୁ ସମସ୍ତଙ୍କ ଆଗରେ ଭୁରି ଭୁରି ପ୍ରଶଂସା କଲେ ବିଜେଡ଼ି ବିଧାୟକ ଅରୁଣ ସାହୁ .ଯାହାକୁ ଶୁଣିବାରେ ପରେ ଲୋକେ ଅନେକ କଥା ଆଲୋଚନା କରୁଛନ୍ତି . ତେବେ ନିକଟରେ ନୟାଗଡ଼ ମହୋତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ .ସେଠାରେ ତାଙ୍କୁ ମଂଚ ଉପରେ ଭୁରି ଭୁରି ପ୍ରଶଂସା କରିଥିଲେ ବିଧାୟକ ଅରୁଣ ସାହୁ .
ତେବେ ଅରୁଣ କହିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ଉପସ୍ଥିତ ରହି ଯେଉଁ ପ୍ରେରଣା ଦେଇଛନ୍ତି . ମୁଁ ତାଙ୍କୁ ନୟାଗଡ଼ ଜିଲ୍ଲା ବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଉଛି . ଏଥିପାଇଁ ଧନ୍ୟବାଦ ଜଣାଉଛି ଯେବେଠୁ ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି .ସେ ମାଲକାନଗିରିର ମାଲ୍ୟାବନ୍ତ ମହୋତ୍ସବ ହେଉ ,କୋରାପୁଟର ପରବ ହେଉ ନବରଙ୍ଗପୁରର ମଣ୍ଡେଇ ହେଉ ,କେନ୍ଦୁଝରର ଗୋନାସିକା ହେଉ .ସେ ଅନେକ ମହୋତ୍ସବକୁ ଯାଇଛନ୍ତି .ସେଠି ସମସ୍ତଙ୍କୁ ଉତ୍ସାହିତ କରିଛନ୍ତି .ଶୁଣନ୍ତୁ କଣ କହୁଛନ୍ତି ଅରୁଣ .ତେବେ ଏହାକୁ ଶୁଣିବା ପରେ ଲୋକେ କହୁଛନ୍ତି କି .ଅରୁଣ ସାହୁ ନିଜ କଥାରେ ମାନୁଛନ୍ତି କି ନବୀନ ଆଗରୁ କେଉଁଠିକି ଯାଉନଥିଲେ ବୋଲି . କି କୈାଣସି କାର୍ଯ୍ୟକ୍ରମରେ ଯୋଗ ଦେଉନଥିଲେ ବୋଲି . ଯାହା ଏବେ ମୋହନ କରୁଛନ୍ତି . ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକଙ୍କୁ ଖୁସିରେ ସୁଖି ହେଉଛନ୍ତି .