ବହ୍ମପୁରରେ ପହଂଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ . ବାଟ ଛାଡ଼ିଲେନି ଲୋକେ ଖବର ପାଇ ତୁରନ୍ତ ସେଠାରେ ପହଂଚିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ .ଏହାପରେ ମୁଖ୍ୟମନ୍ତ୍ରୀ ସେଠାରୁ ମାଙ୍କ ମନ୍ଦିରକୁ ଯାଇଥିଲେ . ତେବେ ଘଟଣାଟି ହେଉଛି .ବ୍ରହ୍ମପୁରର ଆରାଧ୍ୟ ଦେବୀ ମା ବୁଢ଼ୀ ଠାକୁରାଣୀଙ୍କ ଦିବ୍ୟବାର୍ଷିକ ଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବ୍ରହ୍ମପୁର ଗ୍ରସ୍ତରେ ଆସିଥିଲେ . ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଲୋକେ ଉତ୍ସାହିତ ହୋଇଥିଲେ ମୁଖ୍ୟମନ୍ତୀ ସେଠାରେ ପହଂଚିବା ପରେ ଭିଡ ପ୍ରବଳ ଜମିଥିଲା . ଭିଡ ଏତେ ହୋଇଥିବା ଯେ ମୁଖ୍ୟମନ୍ତୀଙ୍କୁ ସୁରକ୍ଷା ଭିତରେ ନିଆଗଲା ସେଠାରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀଙ୍କ ପାଖେ ପାଖେ ତାଙ୍କୁ ବି ଯାଉଥିବା ଦେଖିବାକୁ ମିଳିଥିଲ .
ପରେ ମୁଖ୍ୟମନ୍ତ୍ରୀ ମା ଙ୍କ ପୂଜାର୍ଚ୍ଚନା କରିବା ସହିତ ମାଙ୍କ ଦର୍ଶନ କରି ଆଶ୍ରିବlଦ ଭିକ୍ଷା କରିବା ସହିତ ଓଡିଶା ବାସୀଙ୍କ ତଥା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବାସୀଙ୍କ ମଙ୍ଗଳ କାମନା କରିଥିଲେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଙ୍କ ସହିତ ବ୍ରହ୍ମପୁର ସାଂସଦ ଡା ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ ଶ୍ରୀ k ଅନିଲ କୁମାର,, ବିଜେପି ର ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ସରୋଜ ସାବତ ମାଙ୍କୁ ଦର୍ଶନ କରି ଆଶ୍ରିବlଦ ଭିକ୍ଷା କରିବା ସହିତ ବ୍ରହ୍ମପୁର ବାସୀଙ୍କ ମଙ୍ଗଳ କାମନା କରିଥିଲେ l