ମୋହନଙ୍କୁ ଭାରି ପଡିଲାଣି ନବୀନଙ୍କ ନୀରବତା !

ମୋହନଙ୍କୁ ଭାରି ପଡିଲାଣି ନବୀନଙ୍କ ନୀରବତା !

୭ ମାସ ସରକାରରେ ରହିବା ପରେ ବି ବିଜେଡିକୁ ବୁଝିବାରେ ହେଳା କରୁଛି ବିଜେପି । ବିଜେଡିର ଷ୍ଟ୍ରାଟେଜୀ ଜାଣିପାରୁନାହାନ୍ତି ବିଜେପି ନେତା । ୨୪ ବର୍ଷ ପରେ ଓଡିଶା ରାଜନୀତିରେ ପରିବର୍ତନ ହେବା ସହ ପ୍ରଥମ ଥର ପାଇଁ ଶାସକ ଦଳକୁ କଡା ଟକ୍କର ଦେଉଛି ବିରୋଧୀ ଦଳ । ବିଜେପି ସରକାରରେ ଥାଇ ବି ଯେତିକି ଲାଇମ ଲାଇଟରେ ରହୁନି ବିଜେଡି ବିରୋଧୀ ଆସନରେ ଥାଇ ହେଡଲାଇନସ ସାଜୁଛି । ବିଭିନ୍ନ ପ୍ରସଙ୍ଗରେ ସରକାରକୁ ଘେରିବା ସହ ବିଜେପି ନେତାଙ୍କୁ ପାଣି ପିଆଉଛନ୍ତି ବିଜେଡି ନେତା । ସେ ଦରଦାମ ବୃଦ୍ଧିକୁ ନେଇ ହେଉ ବା ଚାଷୀଙ୍କ ସମସ୍ୟାକୁ ନେଇ ସବୁଥିରେ ବିଜେଡି ନେତାଙ୍କୁ ଭରପୁର ସପୋର୍ଟ ମିଳୁଛି । ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ନିଜର ଚମକ ଏବେ ବି କମିନଥିବା ଏବଂ ଓଡିଶା ବାସୀଙ୍କ ମନରେ ଥିବା ବାରମ୍ବାର ପ୍ରମାଣିତ କରୁଛନ୍ତି । ଯେଉଁଥିରେ ବର୍ତମାନର ମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତାମାନେ ପଛରେ ପଡୁଛନ୍ତି । ବିଜେପି ଲୋକଙ୍କ ସରକାର ବୋଲି ଡିଣ୍ଡିମ ପିଟିବା ସତ୍ୱେ ବିଜେପି ବିଜେଡି ତୁଳନାରେ ରେସରେ ପଛରେ ପଡୁଛି ।

ତେବେ ଏ ସବୁ ଚର୍ଚ୍ଚା ବିଜେଡିର ଫୁଲ୍ ଆକ୍ଟିଭନେସ ଏବଂ ବିଜେପି ନେତାଙ୍କ ଖାମଖିଆଲ ମନୋଭାବକୁ ନେଇ ସୃଷ୍ଟି ହୋଇଛି । ଯେଉଁଠି ବିଜେଡି ନେତାମାନେ ପ୍ରସଙ୍ଗ ଖୋଜି ଖୋଜି ମଇଦାନକୁ ଓହ୍ଲାଉଛନ୍ତି ଏବଂ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରୁଛନ୍ତି ସେଠି ମନ୍ତ୍ରୀଙ୍କ ବୟାନବାଜି ତାଙ୍କ ଉପରେ ଭାରି ପଡୁଛି । କାହିଁକି ନା ଗୋଟିଏ ପ୍ରସଙ୍ଗକୁ ନେଇ ମନ୍ତ୍ରୀ ବାରମ୍ବାର ବୟାନବାଜି କରୁଛନ୍ତି । ସୁଭଦ୍ରା ଯୋଜନା ଆରମ୍ଭ ହେବାର ୫ ମାସ ପରେ ବି ଏଯାଏଁ ସମସ୍ତଙ୍କୁ ସୁଭଦ୍ରା ଯୋଜନାରେ ବିଜେପି ସାମିଲ କରିପାରିଲା ନାହିଁ । ଅନ୍ୟପଟେ ଧାନ କିଣାକୁ ନେଇ ମଧ୍ୟ ଯେ।।ଗଣମନ୍ତ୍ରୀଙ୍କ ବୟାନ ବାରମ୍ବାର ବଦଳୁଛି । ସେହିପରି ରାଜ୍ୟରେ ଆଇନଶୃଙ୍ଖଳା କଥା ତ ନଉଠାଇବା ଭଲ । ଦିନ ଦ୍ୱିପହରେ ଜଣେ ପୋଲିସ ମିତ୍ରଙ୍କୁ ବିଭତ୍ସଭାବେ ହତ୍ୟା କରାଯିବା ପରେ ବି ସରକାର ନିଦାବିଷ୍ଣୁ । ଅନ୍ୟପଟେ ୭ ମାସର ସରକାରରେ ବି ମୋହନ ସରକାରଙ୍କ ମନ୍ତ୍ରୀ ମଣ୍ଡଳ ଏଯାଏଁ ସମ୍ପ୍ରସାରଣ ହୋଇପାରୁନି । ଆଉ ଏସବୁକୁ ଦୃଷ୍ଟିକୁ ନେଲେ ଡବଲ ଇଞ୍ଜିନ ସରକାରର ଗୋଟିଏ ଇଞ୍ଜିନ ସ୍ଲୋ ଚାଲୁଥିବା ସାଧାରଣରେ ଜୋରଦାର ଚର୍ତ୍ତା ଚାଲିଛି ।

ସେହିପରି ବିରୋଧୀ ବିଜେଡିକୁ ନେଇ ବିଜେପି ନେତା ମାନେ ସମାଲୋଚନା କରୁଛନ୍ତି । ଖୁବଶୀଘ୍ର ବିଜେଡି ବସା ଖାଲି ହୋଇଯିବା ନେଇ ନେତା ବାରମ୍ବାର ବୟାନ ଦେଉଛନ୍ତି । କିନ୍ତୁ ବାସ୍ତବରେ ବିଜେଡି ସଶକ୍ତ ଥିବା ଏବଂ ବିଜେପିକୁ ଭାରି ପଡୁଥିବା ବିଜେଡି କାଯ୍ୟକ୍ରମରେ ଅସଂଖ୍ୟ ଭିଡକୁ ଦେଖିଲେ ପ୍ରମାଣିତ ହେବା ସହ ରାଜନୈତକ ମହଲରେ ବି ସମାନ ଚର୍ଚ୍ଚା ଚାଲିଛି । ଆଉ ଏହାର ମୁଖ୍ୟପୁରୋଧା ବିଜେଡି ସଭାପତି ନବୀନ ପଟ୍ଟନାୟକ ସାଜୁଥିବା କୁହାଯାଉଛି । କିନ୍ତୁ ବିଜେପି ଏସବୁ ବୁଝିନପାରି ବିଜେଡିକୁ ହାଲକାରେ ନେଉଛି । ଯାହା ଆଗାମୀ ଦିନରେ ଦଳକୁ ଭାରି ପଡିବା ନେଇ ଆଶଙ୍କା କରାଯାଉଛି । ତେବେ ନୂଆବର୍ଷରୁ ଓଡିଶା ରାଜନୀତିରେ ଯେଉଁ ହଲଚଲ ହୋଇଛି ତାହା ଆଗ।।ମୀ ଦିନରେ କେଉଁ ରୂପ ନେଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *