ଉଠୁଛି ପଡୁଛି ବିଧାନସଭା । ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରୁଛନ୍ତି ଉଭୟ ଶାସକ ଏବଂ ବିରୋଧୀ ଦଳ । ପ୍ରଥମ ଦିନରୁ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଶାସକ ଦଳ ଉପରେ ଭାରି ପଡୁଥିବା କୁହାଯାଉଛି । ତେବେ ଗୁରୁବାର ବିଧାନସଭା ଅଧିବେଶନ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସିଧା ସିଧା ଟାର୍ଗେଟ କରିଥିଲେ ବିଜେଡି ନେତା ତଥା ନୟାଗଡ ବିଧାୟକ ଅରୁଣ ସାହୁ । ଏପରିକି ମୋହନ ସରକାରଙ୍କ ୧୫୦ ଦିନର କ୍ରାଇମ ରିପୋର୍ଟ ମଧ୍ୟ ରଖିଛନ୍ତି । ସରକାର ୧୦୦ ଦିନରେ ସବୁ ସମାଧାନ କରିବାକୁ କହିଥିଲେ, କିନ୍ତୁ ୧୫୦ ଦିନ ବିତିଲାଣି । କିନ୍ତୁ କିଛି ବି ସମାଧାନ ହୋଇନଥିବା କହିଥିଲେ ଅରୁଣ । ଏହା ସହ ସରକାର ନିଜ ଦାୟିତ୍ୱ ଭୁଲିଯାଉଛନ୍ତି ଯେଉଁଥିପାଇଁ କ୍ରାଇମ୍ ବଢୁଥିବା ଅଭିଯୋଗ କରିଥିଲେ ଅରୁଣ । କେବଳ ଏତିକି ନୁହେଁ ସରକାରକୁ ଆସୁ ଆସୁ ଚାରିଦ୍ୱାର ଖୋଲା ହେଲା, ଯାହା ଦ୍ୱାରା ମହିଳା ଅସୁବିଧାରେ ପଡିଲେ, ଦଳାଚକଟା ବଢିଲା । ସେପଟେ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ରିପୋର୍ଟ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଅରୁଣ । ତେବେ ଦାୟିତ୍ୱହୀନ ମନ୍ତବ୍ୟ ପାଇଁ କ୍ରାଇମ ବଢୁଛି ବୋଲି କହିବା ସହ ମୋହନ ସରକାରକୁ ତେରେଛା ତୀର ମାରିଛନ୍ତି ଅରୁଣ ।

You can share this post!
author