ପୁଣି ମୋହନ ସରକାରଙ୍କ ପାଇଁ ଆସୁଛି ବଡ ଚ୍ୟାଲେଞ୍ଜ । ବାତ୍ୟା ପରେ ଏବେ ଭାରତ -ପାକିସ୍ତାନ ଭିତରେ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ଉପୁଜିଥିବା ବେଳେ ମୋହନ ସରକାର କିପରି ଓଡିଶାବାସୀଙ୍କୁ ଏଥିରୁ ସୁରକ୍ଷା ଦେବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାହିଁକି ନା ପାକିସ୍ତାନ ବିରୋଧରେ ସମ୍ଭାବ୍ୟ ଯୁଦ୍ଧ ପାଇଁ ଗତ ୨୨ ତାରିଖରୁ ଭାରତ ସମସ୍ତ ପ୍ରସ୍ତୁତି ଜାରି ରଖିଛି । ଘନଘନ ବୈଠକ କରି କିପରି ପାକିସ୍ତାନକୁ କଡା ଜବାବ ଦିଆଯିବ ସେନେଇ ଆଲୋଚନା ଚାଲିଛି । ଏପରିକି ପାକିସ୍ତାନକୁ ପାନେ ଦେବା ପାଇଁ ଭାରତ ରାଫେଲ ମାଧ୍ୟମରେ ଏୟାର ଷ୍ଟ୍ରାଇକ କରି ଆତଙ୍କୀଙ୍କୁ ମାଟିରେ ମିଶାଇ ଦେଇଛି । ଆଉ ଏଥିରୁ ଯୁଦ୍ଧ ଆଶଙ୍କା ବଢି ବଢି ଚାଲିଛି । ଅନ୍ୟପଟେ ଓଡିଶାରେ ଯୁଦ୍ଧ ପ୍ରସ୍ତୁତି ପାଇଁ ମକ୍ ଡ୍ରିଲ ବି କରାଯାଉଛିା ତେଣୁ ଯୁଦ୍ଧ ପରିସ୍ଥିତି ଉପୁଜିଲେ ପ୍ରଥମ ଥର ସରକାର ଗଢିଥିବା ରାଜ୍ୟ ବିଜେପି ଓଡିଶାବାସୀଙ୍କୁ କିପରି ସୁରକ୍ଷା ଦେବ ସେନେଇ ଦ୍ୱନ୍ଦ୍ୱ ଉପୁଜିଛି ।
କାହିଁକି ନା ଏହା ପୂର୍ବରୁ ଓଡିଶାକୁ ପ୍ରଭାବିତ କରିଥିବା ବାତ୍ୟାଦାନାରେ ଓଡିଶାରେ ଅନେକ ଅଞ୍ଚଳ ପ୍ରଭାବିତ ହୋଇଥିଲା । କିନ୍ତୁ ସେମାନଙ୍କୁ ସୁରକ୍ଷା ଦେବାରେ ଏବଂ ଖାଦ୍ୟ ଯୋଗାଇବାରେ ମୋହନ ସରକାର ବିଫଳ ହୋଇଥିଲା । କେଉଁଠି କେଉଠିଁ ବାତ୍ୟା ପ୍ରଭାବିତ ଲୋକଙ୍କୁ ଗରମ ରନ୍ଧା ଖାଦ୍ୟ ବଦଳରେ ମୁଡି ମିକ୍ସର ମିଳୁଥିବା ଏବଂ ଦସ୍ତଖତ ପରେ ହିଁ ଖାଇବା ମିଳୁଥିବା ଦୃଶ୍ୟ ସାମ୍ନାକୁ ଆସୁଥିଲା । ଏପରିକି ଦରଦାମ ମଧ୍ୟ ଆକାଶ ଛୁଆଁ ହୋଇଥିଲା । ତେଣୁ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିରେ ମୋହନ ସରକାର କିପରି ଓଡିଶାର ୪ କୋଟି ଓଡିଶାବାସୀଙ୍କୁ ସୁରକ୍ଷା ଦେବେ ଏବଂ ସେମାନଙ୍କ କଥା ବୁଝିବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛିା
ଅନ୍ୟପଟେ ଏୟାର ଷ୍ଟ୍ରାଇକ ପୂବରୁ ମଧ୍ୟ ଯୁଦ୍ଧକୁ ନେଇ ରାଜ୍ୟ ବିଜେପି ନେତମାନେ ସେତେଟା ଚିନ୍ତିତ ନଥିଲେ । ନିଜ ନିଜ କାଯ୍ୟରେ ବ୍ୟସ୍ତ ରହିବା ସହ ସଭା ସମିତିରେ ଖାଇବା କଥା ଆଲୋଚନା କରୁଥିଲେ । ଆଉ ଏଥିରୁ ରାଜ୍ୟ ବିଜେପି ନେତାଙ୍କ ହେୟଜ୍ଞାନ ନୀତି ପଦାରେ ପଡୁଛି । ତେବେ ଦେଖାଯାଉ ଭାରତ-ପାକିସ୍ତାନ ଭିତରେ ଏହି ସମ୍ଭାବ୍ୟ ଯୁଦ୍ଧକୁ ନେଇ ମୋହନ ସରକାର ଓଡିଶା ପାଇଁ କେଉଁ ପଦକ୍ଷେପ ନେଉଛନ୍ତି ତା ଉପରେ ରହିଛି ସମସ୍ତଙ୍କ ନଜର ।