- ରୁବେନ ଲେଖିଲେ ପୁସ୍ତକ ବିବାଦରେ ନବୀନ
- ନବୀନଙ୍କୁ ଇମେଜ ଖରାପ କରିବାକୁ ଏ କାହାର ଷଡଯନ୍ତ୍ର ?
- ନବୀନଙ୍କ ପାଇଁ ବାହାରିଲେ ଅରୁଣ-ସୁଲତା
- ସୁଲତା କହିଲେ ବିଜେପି ମୁଖପାତ୍ର ରୁବେନ
ରାଜ୍ୟ ରାଜନୀତିର ଏହି ବର୍ଷୀୟାନ ନେତାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । କୁହାଯାଉଛି କି ବିଜେଡି ହାରିବା ପରେ ରାଜ୍ୟ ରାଜନୀତିରେ ନବୀନଙ୍କୁ ଅଧିକ ସମାଲୋଚନା କରାଯାଉଛି । ନିକଟରେ ବରିଷ୍ଠ ସାମ୍ୱାଦିକ ରୁବେନ ବାନାର୍ଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଏକ ପୁସ୍ତକ ଲେଖିବା ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ପୁସ୍ତକରେ ନବୀନ ପଟ୍ଟନାୟକଙ୍କ ଜୀବନୀ ବିଷୟରେ ଉଲ୍ଲେଖ କରିଛନ୍ତି ରୁବେନ । ରୁବେନଙ୍କ ଏହି ପୁସ୍ତକର ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ହେଉଛି ଦ ପାଣ୍ଡିଆନ ପଜଲ । 2018 ମସିହାରୁ ପାଣ୍ଡିଆନ କିଭଳି ବିଜେଡିକୁ କବଜା କରିଆସୁଥିଲେ ଏବଂ 2019 ନିର୍ବାଚନରେ ମଧ୍ୟ ସକ୍ରିୟ ନଥାଇ ଦଳକୁ ପରିଚାଳନା କରୁଥିଲେ ତାହା ସେହି ପୁସ୍ତକରେ ଲେଖା ଅଛି । କେବଳ ବିଜେଡି ନୁହେଁ ବରଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କିଭଳି ପାଣ୍ଡିଆନଙ୍କ କଥାରେ ଉଠବସ ହେଉଥିଲେ ତାହା ମଧ୍ୟ ଲେଖାଯାଇଛି ।
ନବୀନଙ୍କ ବିଷୟରେ ଏମିତି ତଥ୍ୟ ରୁବେନ ଦେବା ପରେ ଚିହିଙ୍କି ଉଠିଛି ବିଜେଡି । ବିଜେଡି ବିଧାୟକ ଅରୁଣ ସାହୁ ଓ ରାଜ୍ୟସଭା ସାଂସଦ ସୁଲତା ଦେଓ ନବୀନଙ୍କ ପାଇଁ ବାହାରିଛନ୍ତି । 2024 ନିର୍ବାଚନ କାଳରେ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ପାଇଁ ଉଦ୍ୟମ ହୋଇଥିଲା ବୋଲି ରୁବେନ ତାଙ୍କ ପୁସ୍ତକରେ ଲେଖିଥିଲେ । ଯାହାର କଡା ଜବାବ ଦେଇ ଅରୁଣ କହିଛନ୍ତି ଏହା ତାଙ୍କ କଳ୍ପନା ପ୍ରସୂତ ଉପନ୍ୟାସ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ ଆହୁରି ମଧ୍ୟ ଅରୁଣ କହିଛନ୍ତି କି ଗତ କିଛି ବର୍ଷ ହୋଇଯିବ ରୁବେନ ନବୀନଙ୍କ ଭେଟିନାହାନ୍ତି କି କଥା ହୋଇନାହାନ୍ତି । ନ ଭେଟି ନ କଥା ହୋଇ ସେ ଏକ ଉପନ୍ୟାସ ଲେଖିଛନ୍ତି ବରଂ ବିଜେଡି ବିରୋଧିଙ୍କ ଦାୱାରା ରୁବେନ ପରିଚାଳିତ ହୋଇ ଏହି ପୁସ୍ତକ ଲେଖିଥିବା କଥା କହିଛନ୍ତି ରାଜ୍ୟସଭା ସାଂସଦ ସୁଲତା ଦେଓ । ଏବଂ ବିଜେଡି ଏହି ପୁସ୍ତକୁ ପ୍ରତ୍ୟାଖାନ କରୁଛି । ତେବେ ରୁବେନଙ୍କ ଏହି ପୁସ୍ତକ ପ୍ରଂଶସନୀୟ ନା ନିନ୍ଦନୀୟ ତାହା ଓଡିଶା ବାସୀ ହିଁ ନିଷ୍ପତ୍ତି ନେବେ । କେବଳ ସେତିକି ନୁହେଁ ବରଂ ରୁବେନ ବିଜେପିର 400 ପାର ନାରା ଉପରେ ପୁସ୍ତକ ଲେଖନ୍ତୁ ବୋଲି ଚ୍ୟାଲେଞ୍ଜ କରିଛି ବିଜେଡି ।