ମୋହନଙ୍କ ଗାଁରୁ ଆସିଲା ସାଙ୍ଘାତିକ ଅଭିଯୋଗ…

ମୋହନଙ୍କ ଗାଁରୁ ଆସିଲା ସାଙ୍ଘାତିକ ଅଭିଯୋଗ…

ମୁଖ୍ୟମନ୍ତ୍ରୀଙ୍କ ନିଜ ଗାଁରେ ବି ପହଞ୍ଚି ପାରୁନି ବିକାଶ । ଅସନ୍ତୁଷ୍ଟ ରହୁଛନ୍ତି ମହିଳା । ହଁ ଆଜ୍ଞା, କେନ୍ଦୁଝରରୁ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଗାଁର ଜଣେ ମହିଳା ଏପରି ଅଭିଯୋଗ ଆଣିଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗାଁ ଲୋକେ ବିକାଶ ଚାହୁଁଥିବା ବେଳେ ତାହା ସେମାନଙ୍କ ପାଖରେ ପହଁଞ୍ଚିପାରୁନାହିଁ । ଯେଉଁ କାରଣରୁ ନିଜ ଗାଁରୁ ରାଜ୍ୟର ମୁଖିଆ ପଦରେ ବସିଥିବା ମୁଖ୍ୟମନ୍ତ୍ରୀଙ୍କ ଉପରେ ସେମାନେ ଅସନ୍ତୁଷ୍ଟ ଥିବା ମତପ୍ରକାଶ କରୁଛନ୍ତି ।

ତେବେ ଡବଲ ଇଞ୍ଜିନ ସରକାରରେ ରାଜ୍ୟର ଡବଲ ବିକାଶ ଦ୍ରୁତ ଗତିରେ ଚାଲୁଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଅନ୍ୟ ବିଜେପି ନେତାମାନେ ଡିଣ୍ଡିମ ପିଟୁଛନ୍ତି । ବଡ ବଡ ହୋଡିଂ ମାରି ପ୍ରଚାର ପ୍ରସାର କରୁଛନ୍ତି । ଯେଉଁ କାମ ଏବଂ ପ୍ରକଳ୍ପ ବିଜେଡି ଅମଳରେ ହୋଇଥିଲା ସେଥିରେ ମଧ୍ୟ ନିଜ ନାଁ ଯୋଡି ବଡ ବଡ ପୋଷ୍ଟର ମାରୁଛନ୍ତି । କିନ୍ତୁ ବିକାଶ ଠପ୍ ହୋଇ ପଡିଛି । କେଉଁଠି ନୂଆ ପିଚୁ ରାସ୍ତାରୁ ପିଚୁ ଉଠିଯାଉଛି ତ ଆଉ କେଉଁଠି ପ୍ରକଳ୍ପ ଗୁଡିକ ଅଧାପନ୍ତରିଆ ହୋଇ ପଡିରହିଥିବା ଅଭିଯୋଗ ଆସୁଛି । ଏପରିକି ମହିଳା ମାନଙ୍କୁ ଶସକ୍ତ କରାଯିବା ପାଇଁ ପୂର୍ବ ସରକାର ଏସଏଚଜି ମହିଳାମାନଙ୍କୁ ନେଇ ଯେଉଁ ଗ୍ରୁପ କରିଥିଲେ ସେଥିରେ ମଧ୍ୟ ପରିବର୍ତନ କରୁଥିବା ଶୁଣିବାକୁ ମିଳୁଛି । ଯାହାକୁ ନେଇ ମହିଳାମାନେ କ୍ଷୋଭ ପ୍ରକାଶ କରୁଛନ୍ତି । ଅନ୍ୟପଟେ କିନ୍ତୁ ବିଜେପି ମହିଳାମାନଙ୍କୁ ଶସକ୍ତ କରୁଥିବା ଯେଉଁ ମିଛ ଡିଣ୍ଡିମ ପିଟୁଛି ତାହା ଦାଣ୍ଡରେ ପଡି ହାଟରେ ଗଡିଲାଣି । କିନ୍ତୁ ନାରୀ ଶସକ୍ତିକରଣ ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କେବଳ ସୁଭଦ୍ରା ଯୋଜନାକୁ ଜାବୁଡି ଧରିଥିବା ଏବଂ ସୁଭଦ୍ରା ଯୋଜନାର ପ୍ରଚାର ପ୍ରସାର କରୁଥିବା ଦେଖିବାକୁ ମିଳୁଛି । ଏବଂ ଏସବୁକୁ ନେଇ ମହିଳାଙ୍କ ଆକ୍ରୋଶର ଶିକାର ହେଉଛନ୍ତି ମୋହନ ସରକାର । ତେବେ ଦେଖାଯାଉ ଯେଉଁଠି ଖୋଦ ମୁଖ୍ୟମନ୍ତ୍ରୀଙ୍କ ଗାଁରେ ବିକାଶ ପହଁଞ୍ଚିବାକୁ ୧୦ ମାସ ବିତିଗଲାଣି ସେଠି ଅନ୍ୟ ଅପହଁଞ୍ଚ ଅଞ୍ଚଳକୁ କିପରି ଡବଲ ଇଞ୍ଜିନର ଡବଲ ବିକାଶର ଛିଟା ପଡୁଛି ନା ଅଧାବାଟରେ ଅଟକି ଯାଉଛି ତାହା ଦେଖିବାକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ ରିଓ ନ୍ୟୁଜ

author

Related Articles

Leave a Reply

Your email address will not be published. Required fields are marked *