ମୋହନଙ୍କ ଗାଁରେ ପଶିବେ ଭକ୍ତ

ମୋହନଙ୍କ ଗାଁରେ ପଶିବେ ଭକ୍ତ

ଅଣ୍ଟା ଭିଡିଛନ୍ତି ଭକ୍ତ ଟ୍ରାକକୁ ଫେରୁଛି ହାତ । ସଙ୍ଗଠନ ସଜାଡିବାକୁ କସରତ ଆରମ୍ଭ କରିଛି କଂଗ୍ରେସ । ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି ଭକ୍ତ ଗାଁ ଗାଁ ରେ ଏବେ ଆଉ ପଦ୍ମ ନୁହେଁ ହାତକୁ ଭରସିବେ ଜନତା । ହଁ ଦର୍ଶକବନ୍ଧୁ ଗତ ଫେବୃୟାରୀ ମାସରୁ ପିସିସି ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି ଭକ୍ତ ଚରଣ ଦାସ । ଭକ୍ତ ଦାସ ଦାୟିତ୍ୱ ନେଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ରାଜ୍ୟ କମିଟି ଗଠନ ହୋଇନଥିଲା । ଆଉ ଯେଉଁଥିପାଇଁ କସରତ ଆରମ୍ଭ ହୋଇଯାଇଛି । ଆଜି କଂଗ୍ରେସ ଭବନରେ ବସିଛି ବଡ ବୈଠକ । କଂଗ୍ରେସର ନବଗଠିତ ରାଜନୈତିକ ବ୍ୟାପାର କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଆଗାମୀ ଦିନରେ କଂଗ୍ରେସର ରଣନୀତି ସମ୍ପର୍କରେ ଆଲୋଚନା ହୋଇଛି ।

କେବଳ ଆଜି ନୁହେଁ ବରଂ ଲଗାତାର ତିନିଦିନ ପର୍ଯ୍ୟନ୍ତ କଂଗ୍ରେସର ମାରାଥନ ବୈଠକ ଅନୁଷ୍ଠିତ ହେବ । ପିସିସି ସଭାପତି ଭକ୍ତ ଦାସ ଓ ପ୍ରଭାରୀ ଅଜୟ ଲଲ୍ଲୁଙ୍କ ନେତୃତ୍ୱରେ କଂଗ୍ରେସର ମାରାଥନ ବୈଠକ ଆରମ୍ଭ ହୋଇଯାଇଛି । ବୈଠକ ପରେ ଜିଲ୍ଲା ସଭାପତି,ବିଧାୟକ,ବରିଷ୍ଠ ସଦସ୍ୟଙ୍କୁ ଭେଟି ସଙ୍ଗଠନ ବାବଦରେ ଆଲୋଚନା କରିବ କଂଗ୍ରେସ ।

ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଗାଁ ଗାଁରେ ହାତକୁ ସୃଦୃଢ କରିବାରେ ଲାଗିପଡିଛନ୍ତି କଂଗ୍ରେସର ବରିଷ୍ଠ ନେତୃତ୍ୱ । କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ବିରୁଦ୍ଧରେ ଲଢିବା ପାଇଁ କଂଗ୍ରେସ ଦଳର ନେତା ଓ କର୍ମୀମାନେ ଜୋରସୋରରେ ଲାଗିପଡିଛନ୍ତି । ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାରକୁ 10 ମାସ ବିତିସାରିଛି ହେଲେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ମହିଳାମାନେ ଅସୁରକ୍ଷିତ ସେନେଇ ବାରମ୍ୱାର ରାଜରାସ୍ତାରେ ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଯାହାକୁ ସରକାର କର୍ଣ୍ଣପାତ କରୁନାହାନ୍ତି ।

ଗତ ସାଧାରଣ ନିର୍ବାଚନରେ କଂଗ୍ରେସ 14ଟି ନିର୍ବାଚନ ମଣ୍ଡଳୀ ଅକ୍ତିଆର କରିଥିବା ବେଳେ ବିରୋଧି ଦଳ ଭାବେ ସରକାରଙ୍କୁ ଘାଇଲା କରୁଛି । ସଂକଳ୍ପ,ସଂଘର୍ଷ ଓ ସମର୍ପଣକୁ ପଦଯାତ୍ରା ଆରମ୍ଭ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ । ଆଗାମୀ ଦିନରେ କଂଗ୍ରେସ କିପରି ନିଜର ସଙ୍ଗଠନକୁ ମଜଭୁତ କରିବ ସେନେଇ କଂଗ୍ରେସ ଅଣ୍ଟା ଭିଡିଥିବା ବେଳେ ବିଜେପି ଶିବିରରେ ଛନକା ପଶିଲାଣି ।

author

Related Articles

Leave a Reply

Your email address will not be published. Required fields are marked *