ମୋହନଙ୍କ ଘର ଆଗରେ ଏସଏଚଜି ମହିଳା..କଣ ହେଇଛି ଘଟଣା ?

ମୋହନଙ୍କ ଘର ଆଗରେ ଏସଏଚଜି ମହିଳା..କଣ ହେଇଛି ଘଟଣା ?
  • ରାଜରାସ୍ତାରେ ଗର୍ଜିଲେ ମହିଳା,ଲଣ୍ଡନରୁ ଫେରିଲେ ପ୍ରଭାତି
  • ନବୀନ କରିଥିଲେ ଏସଏଚଜି ଗ୍ରୁପ,ମୋହନ ବୁଝୁନାହାନ୍ତି ଦୁଃଖ
  • କାହାକୁ କହିବେ ମହିଳା ଶୁଣୁନାହାନ୍ତି ସରକାର ?

ହଁ ଦର୍ଶକବନ୍ଧୁ ରାଜ୍ୟରେ ନୂଆ ସରକାର ଆସିବା ପରେ ମୋହନ ସରକାରଙ୍କ ଉପରେ ସାଧାରଣ ଜନତାଙ୍କର ଭରସା ବଢିଛି । ନବୀନଙ୍କ ଅଧୁରା କାମକୁ ମୋହନ ପୂରଣ କରିବେ ବୋଲି କହୁଛନ୍ତି ମହିଳା । କିନ୍ତୁ ଶୁଣୁନାହାନ୍ତି ମୋହନ ହାଣ୍ଡିଶାଳ ଛାଡି ଆସି ରାଜରାସ୍ତାରେ ବସୁଛନ୍ତି ଧାରଣା ଦେଉଛନ୍ତି । ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ତତକାଳୀନ ନବୀନ ସରକାର ମିଶନ ଶକ୍ତି ଭଳି ଏକ ଯୋଜନା ଆରମ୍ଭ କରିଥିଲେ । କିନ୍ତୁ ଏହି ଯୋଜନା ମହିଳା ମାନଙ୍କୁ ସ୍ୱାବଲମ୍ୱୀ କରିବା ବଦଳରେ ଆଣି ରାଜରାସ୍ତାରେ ବସାଉଛି ।

ଖାଲି ସେତେକି ନୁହେଁ ବରଂ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ଦାୟିତ୍ୱରେ ରହିଥିବା ମନ୍ତ୍ରୀ ପ୍ରଭାତି ପରିଡା ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମାଆ ମାନଙ୍କ ପାଇଁ 1000 ଭତ୍ତା କରିଦେବେ ବୋଲି ବିଶ୍ୱାସ ରହିଛି ଆଉ ଯଦି କଥା ନ ରଖନ୍ତି ପୁଣି ଥରେ ରାଜରାସ୍ତାରେ ଖରାରେ ମାସ ମାସ ଧରି ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ରାଜ୍ୟରେ 24 ବର୍ଷର ସରକାରକୁ କ୍ଷମତାରୁ ହଟାଇ କ୍ଷମତା ଆସନରେ ବସିଥିବା ମୋହନ ସରକାରଙ୍କ ଉପରେ ସାଧାରଣ ଜନତା ରଖିଥିବା ଆଶା ଭରସା ବିଶ୍ୱାସକୁ ପୂରଣ କରିବାରେ କେତେ ତପ୍ତରତା ଦେଖାଉଛନ୍ତି ଏବଂ କେତେ ସଫଳ ହେଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *