- ବବିଙ୍କ ପରେ ପଡିଲା ପ୍ରମିଳାଙ୍କ ପାଳି !
- ଭାଇଙ୍କ ଘରେ ରେଡ ପ୍ରମିଳାଙ୍କ ମୁଣ୍ଡରେ ଚଡକ
- ବିରୋଧିଙ୍କୁ ମୋହନଙ୍କ ତେରଚ୍ଛା ବାଣ
- କୁହାଳିଆ ପ୍ରମିଳାଙ୍କୁ ଚୁପ କରେଇବାକୁ ହୋଇଛି କି ବଡ ଷଡଯନ୍ତ୍ର ?
ବିଜେଡିର ପାୱାରଫୁଲ ନେତ୍ରୀ ତଥା ବିରୋଧି ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ବଡ ଝଡକା । ବିଜେଡିର ଗୋଟିଏ ପରେ ଗୋଟିଏ ନେତାଙ୍କ ଗୁମର ଖୋଲୁଥିବା ବେଳେ ବର୍ତ୍ତମାନ ପଡିଛି ପ୍ରମିଳା ମଲ୍ଲିକଙ୍କ ପାଳି । ପ୍ରଥମେ ବବିଙ୍କ ଭାଇଙ୍କୁ ଫସାଇ ଜେଲ ପଠାଇବା ଆଉ ଏହାପରେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ରେଡ ପଡିବା ଘଟଣା ସାମ୍ନାକୁ ଆସିଛି ।
୨୩୧ କୋଟି ଟଙ୍କାର ଠକେଇ ଅଭିଯୋଗରେ ଚାଲିଛି ମାରାଥନ ରେଡ୍ । ସ୍ୱର୍ଗତ କ୍ଷୀରୋଦ ଚନ୍ଦ୍ର ମଲ୍ଲିକଙ୍କ ସମ୍ବଲପୁର ସ୍ଥିତ ୩ଟି ସ୍ଥାନରେ ଏକକାଳୀନ ରେଡ୍ କରାଯାଉଛି । ଦିଲ୍ଲୀରେ ବି ଏକକାଳୀନ ରେଡ୍ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବିଶ୍ବ ଏନଜିଓର ପ୍ରତିଷ୍ଠାତା ହେଉଛନ୍ତି କ୍ଷୀରୋଦ ମଲ୍ଲିକ । ଭାରତ ଇଣ୍ଟିଗ୍ରେଟେଡ୍ ସୋସିଆଲ ୱେଲଫେୟାର ଏଜେନ୍ସି ନାଁରେ ନେଇଥିଲେ ୨୩୧ କୋଟି ଟଙ୍କାର ଲୋନ । ତାଙ୍କ ବିରୋଧରେ ରହିଛି ୨୩୧ କୋଟି ଟଙ୍କା ଠକେଇ ଅଭିଯୋଗ । ଏକାଧିକ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କରୁ ଲୋନ ନେଇଥିଲେ କ୍ଷୀରୋଦ । ଏହି ସବୁ ଟଙ୍କା ନିର୍ବାଚନରେ ଲଗାଇଥିବା ଅଭିଯୋଗ ଆସିଥିଲା ।
ତେବେ ନିକଟରେ ବବି ଦାସଙ୍କ ଭାଇ ଲଲ ଦାସଙ୍କୁ ନେଇ ଅଡୁଆ ବଢିଥିଲା । ଏବେ ରାଜ୍ୟ ରାଜନୀତିରେ ପୁଣିଥରେ ଜଣେ ବିରୋଧି ଦଳର ନେତାଙ୍କ ଉପରକୁ ଆଙ୍ଗୁଠି ଉଠିଛି । ଦୀର୍ଘ 24 ବର୍ଷ ଧରି ଶାସକ ଦଳରେ ରହି ଦୁର୍ନୀତି ଓ ହରିଲୁଟ କରିଥିଲା ବିଜେଡି, ବାରମ୍ୱାର ଏଭଳି କିଛି ଅଭିଯୋଗ ଆଣୁଛି ଭାରତୀୟ ଜନତା ପାର୍ଟି । ଯାହାର ଫଳ ସ୍ୱରୂପ ବିଜେଡିର ଜଣେ ପରେ ଜଣେ ନେତାଙ୍କୁ ଫସାଇବାରେ ଲାଗିଛି କି ଶାସକ ଦଳ ? ତେବେ ଚାଲିଥିବା ବଡ ଧରଣର ଇଡି ରେଡକୁ ନେଇ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ ।