ମୋହନଙ୍କ ଟେନସନ ବଢାଉଛନ୍ତି ମୋଦି !

ମୋହନଙ୍କ ଟେନସନ ବଢାଉଛନ୍ତି ମୋଦି !

ଦିଲ୍ଲୀରେ ଆମ୍ୱେଦକରଙ୍କୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବାଦୀୟ ମନ୍ତବ୍ୟ ବଢୁଛି ଓଡିଶାର ତାତି । ବିଜେପି ମନ୍ତ୍ରୀଙ୍କ ସମ୍ୱିଧାନଙ୍କୁ ଅପମାନ ରାଜ୍ୟ ରାଜନୀତିର ଚର୍ଚ୍ଚା ବଢାଉଛି । ସଂସଦରେ ସମ୍ୱିଧାନ ଉପରେ ଚର୍ଚ୍ଚା ବେଳେ ସମ୍ୱିଧାନର ଜନକ ଭୀମରାଓ ଆମ୍ୱେଦକରଙ୍କୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅପମାନକୁ ନେଇ ଉଠୁଛି ପଡୁଛି ଜାତୀୟ ରାଜନୀତି ।

କେବଳ ଜାତୀୟ ରାଜନୀତି ନୁହେଁ ବରଂ ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ପଡିଛି । ଅମିତ ଶାହାଙ୍କ ଇସ୍ତଫା ଦାବି କରି ଆନ୍ଦୋଳନକୁ ଓହ୍ଲାଇଥିଲା ରାଜ୍ୟ କଂଗ୍ରେସ । କେବଳ ରାଜ୍ୟ କଂଗ୍ରେସ ନୁହେଁ ବରଂ ଦଳିତ ଆଦିବାସୀ ମହାସଂଘ ଏହାକୁ ତୀବ୍ର ବିରୋଧ କରିବା ସହିତ ଅମିତ ଶାହା କ୍ଷମା ମାଗନ୍ତୁ ନଚେତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ।

ଧୀରେ ଧୀରେ ଓଡିଶାରେ ବିଜେପି ସରକାରକୁ ନେଇ ବଦଳୁଛି ସାଧାରଣ ଜନତାଙ୍କ ମାନସିକତା । ପ୍ରଥମ ଥର ପାଇଁ ରାଜ୍ୟରେ ବିଜେପି ସରକାର ଆସିବା ପରେ ନାନା ସମସ୍ୟାରେ ଛନ୍ଦି ହେଉଛି ମୋହନଙ୍କ ସରକାର । ବିଧାନସଭାରୁ ରାଜ୍ୟସଭା ପର୍ଯ୍ୟନ୍ତ ସବୁଠି ବିଜେପି ସରକାର ବିରୋଧରେ ଆନ୍ଦୋଳନ କରାଯାଉଛି । ନିଜର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ସାଧାରଣ ଜନତା ମାତ୍ର ଛଅମାସରେ ବିଜେପି ସରକାରର ଏଭଳି ଅବସ୍ଥାକୁ ଦେଖି ବିରୋଧି ବିଜଡେି ମଧ୍ୟ କହିଲାଣି କି ରାଜ୍ୟରେ ବିଜେପି ସରକାର ଆଉ ବେଶିଦିନ ନୁହେଁ । ଗୋଟିଏ ପଟେ ବିରୋଧିମାନେ ସରକାରର ଦୋଷ ଦୁର୍ବଳତାକୁ ଲୋକଲୋଚନକୁ ଆଣିବାକୁ ଗୋଟିଏ ହେଲେ ବି ସୁଯୋଗ ଛାଡୁନଥିବା ବେଳେ ଅନ୍ୟପଟେ ଖୋଦ ଶାସକ ଦଳ ବିରୋଧିଙ୍କୁ ପ୍ରସଙ୍ଗ ଉପରେ ପ୍ରସଙ୍ଗ ଯୋଗାଇ ଚାଲିଛି ।

author

Related Articles

Leave a Reply

Your email address will not be published. Required fields are marked *