ମୋହନଙ୍କ ତଣ୍ଟିରେ କଣ୍ଟା ମନମୋହନ !

ମୋହନଙ୍କ ତଣ୍ଟିରେ କଣ୍ଟା ମନମୋହନ !

ପୁଣି ଆସିଲାଣି ଜୁନ୍ । ତଥାପି ବ୍ୟାକଫୁଟରେ ରହିଛି ବିଜେପି । ନିଷ୍ପତ୍ତି ନେଇପାରୁନାହାନ୍ତି ମୋହନ ତଣ୍ଟିରେ କଣ୍ଟା ହୋଇ ରହିଛନ୍ତି ମନମୋହନ । ହଁ ଆଜ୍ଞା. ୨୦୨୪ ଜୁନ ମାସରେ ରାଜ୍ୟରେ ବିଜେପି ସରକାର ଗଢିଲା । ଆଉ ଏବେ ପୁଣି ଜୁନ୍ ମାସ ଫେରିଲାଣି । ତଥାପି ବିଜେପିର ସାଙ୍ଗଠନିକ ନିର୍ବାଚନ ଶେଷ ହେଉନି । ନା ରାଜ୍ୟ ବିଜେପିର ମୁଖିଆ ଚୟନ ପ୍ରକ୍ରିୟା ଶେଷ ହେଉଛି । ଡେଡଲାଇନ ପରେ ଡେଡଲାଇନ ସରୁଛି ହେଲେ ଶାସକ ବିଜେପିର ରାଜ୍ୟ ମୁଖିଆ କିଏ ହେବ ତାହା ସ୍ଥିର ହୋଇପାରୁନାହିଁ । ଯାହା ଫଳରେ ସାଙ୍ଗଠନିକ ନିର୍ବାଚନରେ ବିଜେପି ପଛରେ ପଡିଯାଉଛି ।

ଅନ୍ୟପଟେ ରାଜ୍ୟର ପ୍ରମୁଖ ବିରୋଧୀ ବିଜେଡି ସାଙ୍ଗଠନିକ ନିର୍ବାଚନରେ ଆଗୁଆ ରହିଛି । ସଭାପତି, ରାଜ୍ୟ କାର‌୍ୟ୍ୟକାରିଣୀ, ରାଜ୍ୟ ପରିଷଦ, ରାଜନୈତିକ ବ୍ୟାପାର କମିଟି, ଶୃଙ୍ଖଳା କମିଟି ଗଠନ, ୧୦ଟି ଛାମୁଆ ସଙ୍ଗଠନକୁ ନୂଆ ରୂପ ଦେଇଛି ଦଳ । ୩୩ଟି ସାଙ୍ଗଠନିକ ଜିଲ୍ଲା ସଭାପତିରୁ ମାତ୍ର ୯ଟି ଜିଲ୍ଲାର ସଭାପତି ଚୟନ କରିପାରିନାହିଁ ଦଳ । ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ବାସଭବନରେ ଘନଘନ ବୈଠକ କରାଯାଇ ଜିଲ୍ଲା ସଭାପତି ଚୟନ ଚୂଡାନ୍ତ କରାଯାଇଛି ଏବଂ ଖୁବଶୀଘ୍ର ନାଁ ଘୋଷଣା ହେବା ନେଇ ସୂଚନା ମିଳିଛି ।

ଅନ୍ୟପଟେ ୩୦ ଜଣିଆ ପିସିସି ଟିମ ଗଠନ କରିବା ପରେ ବି କଂଗ୍ରେସ ଜିଲ୍ଲା ସଭାପତି ଚୟନ କରିପାରୁନାହିଁ । ପିସିସି ଟିମକୁ ନେଇ ଦଳରେ ବରିଷ୍ଠ ନେତାମାନେ ଅସନ୍ତୋଷ ପ୍ରକାଶ କରିବା ପରେ ଜିଲ୍ଲା ସଭାପତି ଚୟନ ପିସିସି ସଭାପତିଙ୍କ ପାଇଁ ଚ୍ୟାଲେଞ୍ଜ ଭରା ହୋଇଛି ।

ତେବେ ବିଜେପି ପାଇଁ ରାଜ୍ୟ ସଭାପତି ଚୟନ ଟେନସନ ସାଜିଥିବାବେଳେ କଂଗ୍ରେସ ଜିଲ୍ଲା ସଭାପତିରେ ଝୁଣ୍ଟୁଛି । ତେବେ ଦେଖାଯାଉ କେବେ ଏସବୁରେ ପୂଣ୍ଣଚ୍ଛେଦ ପଡୁଛି ନା ଏହି ଭଳି ଦିନ ଗଡାଇବାରେ ନେତା ବ୍ୟସ୍ତ ରହୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *