ରାଜ୍ୟରେ ସରକାରକୁ ଆସି ବି ସରକାରରେ ନାହିଁ କି ଭାରତୀୟ ଜନତା ପାର୍ଟୀ । କାହିଁକି ବିଜେପି ପରିବର୍ତେ ବିଜେଡିକୁ ବେଶି ପସନ୍ଦ କରୁଛନ୍ତି ରାଜ୍ୟବାସୀ । ହଁ ଆଜ୍ଞା, ରାଜ୍ୟରେ ବିଜେପି ସରକାରକୁ ଆସିଛି ସତ । କିନ୍ତୁ ଏବେ ବି ବିଜେଡିକୁ ଲୋକେ ବେଶି ପସନ୍ଦ କରୁଥିବା ଏବଂ ଖାସ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବଢିଥିବା କୁହାଯାଉଛି । କାହିଁକି ନା ହାରିବା ପରେ ନବୀନଙ୍କ ଗୋଟିଏ ପରେ ଗୋଟିଏ ନୂଆ ରୂପ ସାମ୍ନାକୁ ଆସୁଛିା ଦୀର୍ଘ ୨୪ ବର୍ଷ ଧରି ରାଜ୍ୟବାସୀ ଯେଉଁ ନବୀନଙ୍କୁ ଦେଖିଥିଲେ ଏବେ ତାଙ୍କର ଅପୋଜିଟ ରୋଲ ଦେଖିବାକୁ ମିଳୁଛି । ଦଳର ସମସ୍ତ ଦାୟିତ୍ୱ ନିଜେ ତୁଲାଇବା ସହ ବିଭିନ୍ନ ପ୍ରସଙ୍ଗରେ ସ୍ୱର ଉଠାଉଛନ୍ତି ନବୀନ । ଆଉ ଏବେ ସାରା ରାଜ୍ୟ ଗସ୍ତ କରିବାକୁ ଏବଂ ଲୋକଙ୍କ ପାଖରେ ପହଁଞ୍ଚିବାକୁ ନବୀନ ନୂଆ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତିା ଯାହାକୁ ସାଧାରଣ ଲୋକଙ୍କ ସହ ରାଜନୈତିକ ସମୀକ୍ଷକମାନେ ବେଶ ପସନ୍ଦ କରୁଛନ୍ତିା ଅନ୍ୟପଟେ ଏହାକୁ ନେଇ ଶାସକ ଦଳର ନେତା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସମାଲୋଚନା କରାଯାଉଛି । କାହିଁକି ନା ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀ ଲୋକଙ୍କ ପାଖକୁ ଯିବା ବଦଳରେ କେବଳ ଦଳରେ ହିଁ ସୀମିତ ରହିଛନ୍ତି । ଏହା ସହ ସରକାରକୁ ଆସିବାର ଦୁଇମାସ ପରେ ବି ସେଭଳି କିଛି ନୂତନ ବିଜେପି ସରକାର କରିନଥିବା ମଧ୍ୟ କୁହାଯାଉଛି । ଏହା ସହ ଯେଉଁ ପ୍ରତିଶୃତି ବିଜେପି ଦେଇଥିଲା ତାକୁ ପାଳନ ଦିଗରେ ମଧ୍ୟ ବିଜେପି ଫେଲ ମାରିଛିା କେବଳ ବିଜେଡିକୁ ଦୋଷ ଦେବା ଏବଂ ପୁରୁଣା ଫାଇଲ ଖୋଲିବା ବ୍ୟତୀତ କିଛି ନୂତନତ୍ୱ ଏ ସରକାରରେ ନଥିବା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି । ଅନ୍ୟପଟେ ବିଜେଡି ସରକାରରେ ଥିବା ସମୟରେ ନବୀନ ପଟ୍ଟନାୟକଙ୍କ ବିନ ଅନୁମତିରେ ଦଳରେ କିଛି ବି କାର୍ଯ୍ୟ ହେଉନଥିଲା । କିନ୍ତୁ ମୋହନ ସରକାରରେ ମନ୍ତ୍ରୀ ମାନେ ଭିନ୍ନ ଭିନ୍ନ କଥା କହୁଥିବା ବେଳେ ମୁଖ୍ୟମନ୍ତ୍ରୀ ଅନ୍ୟ କିଛି କହୁଛନ୍ତି । ଯେଉଁଥିରୁ ବିଜେପି ସରକାରରେ ତାଳମେଳ ନଥିବା ମଧ୍ୟ ପରିଲକ୍ଷିତ ହେଉଛି । ଯେଉଁଥିରୁ ବିଜେଡିକୁ ଫାଇଦା ମିଳିବା ସହ ବିଜେପିକୁ କ୍ଷତି ସହିବାକୁ ପଡୁଥିବା ଆକଳନ କରାଯାଉଛିା ତେବେ ଦେଖାଯାଉ କେବେ ବିଜେପି ବିଜେଡି ତୁଳନାରେ ରାଜ୍ୟବାସୀଙ୍କ ପ୍ରିୟଭାଜନ ହୋଇପାରୁଛି ତାହା ଦେଖିବାର କଥା ।

You can share this post!
author