- ଧୀରେ ଧୀରେ ଖୋଲୁଛି ନବ ଫାଇଲ ଟେନସନରେ ନବୀନ !
- ଓକିଲଙ୍କ ବିସ୍ପୋରକ ବୟାନ ନବଙ୍କୁ ମାରିନି ଗୋପାଳ !
- ମୁହଁ ଖୋଲିଲେ ଜୟନାରାୟଣ ରହିଛି ପୂର୍ବତନ ବିଜେଡି ବିଧାୟକଙ୍କ ହାତ !
ଦୁଇ ବର୍ଷ ପରେ ଖୋଲିଲା ନବ ଦାସ ହତ୍ୟାକାଣ୍ଡର ଫାଇଲ ତେଜିଲା ରାଜନୀତି । ବହୁ ଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ତଥା ନବ ଦାସଙ୍କ ହତ୍ୟାକାଣ୍ଡ ନେଇ ତୁ ତୁ ମେ ମେ ବିଜେପି-ବିଜେଡି ସାମ୍ନାକୁ ଆସୁଛି ଭୟଙ୍କର ତଥ୍ୟ । ପୂର୍ବତନ ବିଧାୟକା ତଥା ନବ ଦାସଙ୍କ ଝିଅ ଦୀପାଳି ଦାସ ମୋହନ ସରକାରଙ୍କୁ ପ୍ରଶ୍ନ କରି ସିବିଆଇ ତଦନ୍ତ ଦାବି କରିବା ପରେ ରାଜ୍ୟରେ ଏହି ଘଟଣାକୁ ନେଇ ଜୋର ଧରିଛି ରାଜନୀତି । ଏହାରି ଭିତରେ ସାମ୍ନାକୁ ଆସିଛି ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ । ହଁ ଆଜ୍ଞା ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡକୁ ନେଇ ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଆଣିଛନ୍ତି ସାଂଘାତିକ ଅଭିଯୋଗ । ଦୁଇ ବର୍ଷ ତଳେ ଏହି ମାମଲାକୁ ନେଇ ବିଧାନସଭାରେ ତୁମ୍ୱି ତୋଫାନ ମଧ୍ୟ ଦେଖିବାକୁ ମିଳିଥିଲା । ସମ୍ୱଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ କହିବା ଅନୁଯାୟୀ ଏହି ଘଟଣାରେ ସେହି ସମୟର ଜଣେ ଆଇଏସ ଓ ଆଇପିଏସ ଏବଂ ବିଧାୟକଙ୍କ ସମ୍ପୃକ୍ତି ରହିଛି। ସରକାରୀ ଦଳର ବିଧାୟକ ଓ ସାଂସଦ ମାନଙ୍କ ପ୍ରତିକ୍ରିୟା ପରେ ମୁହଁ ଖୋଲିଥିଲେ ଦୀପାଳି । ସରକାରଙ୍କ ନିକଟରେ ସିବିଆଇ ତଦନ୍ତ ଅଭିଯୋଗ କଲେ କିନ୍ତୁ ଏବେ ପର୍ଯ୍ୟନ୍ତ କାହିଁକି ଲିଖିତ ତଦନ୍ତ ଦାବି କରିନାହାନ୍ତି ଦିପାଳି ? ବାପାଙ୍କ ହତ୍ୟାକାରୀ କିଏ ଜାଣିବାକୁ ଚାହୁଁନାହାନ୍ତି କି ଦୀପାଳି ଦାସ ?
ଏପଟେ ନବଙ୍କ ହତ୍ୟାକାଣ୍ଡକୁ ଦୁଇ ବର୍ଷ ପୂରିବାକୁ ଯାଉଛି ଆଉ ଯାହା ହାଇକୋର୍ଟରେ ପହଞ୍ଚିଛି । ସେପଟେ ଗୋପାଳଙ୍କ ଓକିଲଙ୍କ ବୟାନ ଅନୁଯାୟୀ ନବଙ୍କୁ ଗୋପାଳ ମାରିନାହିଁ ବରଂ ଏକାଧିକ ବନ୍ଧୁକରୁ ଗୁଳିମାଡ କରାଯାଇଥିଲା । ତେବେ ଚର୍ଚ୍ଚା ଜୟନାରାୟଣ ମିଶ୍ରଙ୍କ ବୟାନ ଅନୁଯାୟୀ କିଏ ସେହି ବିଜେଡି ଅମଳର ବିଧାୟକ ? ଯାହାର ନବଙ୍କ ହତ୍ୟାରେ ରହିଛି ହାତ ? ତେବେ ଦିନ ଗଡିବା ସହ ଏହି ମାମଲରେ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି । ଆଉ ନିଜ ବାପାଙ୍କ ହତ୍ୟାକାରୀ ଖୋଜିବାକୁ ଦୀପାଳି ଆଗକୁ କେଉଁ ନିଷ୍ପତ୍ତି ନେଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।