ମୋହନଙ୍କ ପସନ୍ଦ ସଫା ଝିଅ…

ମୋହନଙ୍କ ପସନ୍ଦ ସଫା ଝିଅ…

ନିଜ ବୟାନ ପାଇଁ ହରଡଘଣାରେ ପଡିଲେଣି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରଙ୍ଗଭେଦକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଏକ ବୟାନ ଏବେ ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଛି । ହଁ ଆଜ୍ଞା, ନିଜେ ଆଦିବାସୀ ସମ୍ପ୍ରଦାୟର ହୋଇ ଆଦିବାସୀ ମହିଳାଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଏକ ଟିପ୍ପଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଏପରିକି ଏହାକୁ ନେଇ ବିବାଦ ମୁ୍‌ଣ୍ଡ ଟେକିବା ସହ ଶାସକ ଦଳ ପାଇଁ ନୂଆ ଝଡ ମଧ୍ୟ ସୃଷ୍ଟି କରିଛି ।

କୁଆଡେ ଆଦିବାସୀ ସମ୍ପ୍ରଦାୟର ମହିଳାମାନେ କଳା , ସେଥିପାଇଁ ତାଙ୍କୁ ଏକ ସଫା ଝିଅଟେ ଦରକାର ଥିଲା । ଏବଂ ଭାଗ୍ୟକୁ ତାଙ୍କୁ ସଫା ଝିଅଟେ ମଧ୍ୟ ମିଳିଛି ।
ତେବେ ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଆୟୋଜିତ ହୋଇଥିବା ମୟୁରଭଞ୍ଜ ଉତ୍ସବରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଥଟ୍ଟାମଜାରେ ଏପରି କହିଥିବା ବେଳେ ଏହାକୁ ଅନେକ ମହଲରେ ତୀବ୍ର ନିନ୍ଦା କରାଯାଉଛି । ଏବଂ ଖୋଦ ମୁଖ୍ୟମନ୍ତ୍ରୀ ହୋଇ ଏପରି ରଙ୍ଗରେ ଭେଦ ଭାବ କରିବାକୁ ଗ୍ରହଣ କରାଯାଉନାହିଁ ।

ଅନ୍ୟପଟେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ତାଙ୍କୁ ନେଇ ବିରୋଧୀ ଦଳ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଥିବାରୁ ଏହାକୁ ନେଇ ବିଜେପି ଆନ୍ଦୋଳନକୁ ଓହ୍ଲାଉଛି । ଏପରିକି ବିରୋଧୀ ନେତାଙ୍କ ନାଁରେ ମାମଲା ରୁଜୁ କରି ଏହାକୁ ଏପରି ମନ୍ତବ୍ୟ ଦେବାକୁ ନିନ୍ଦା କରୁଛନ୍ତି । କିନ୍ତୁ ଏବେ ମୁଖ୍ୟମନ୍ତ୍ରୀ ନିଜେ ନିଜ ସମ୍ପ୍ରଦାୟର ଲୋକମାନଙ୍କୁ ଖାସ କରି ମହିଳାମାନଙ୍କୁ ନେଇ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାକୁ ନେଇ କମ୍ପନ ସୃଷ୍ଟି ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *