ରଘୁବରଙ୍କ ଇସ୍ତଫାକୁ ନେଇ ଢ଼େର ଆଲୋଚନା . ମୋହନଙ୍କୁ ବଞ୍ଚାଇବାକୁ ରାଜ୍ୟପାଳ ଛାଡ଼ିଲେ ପଦବୀ . ନା ଜାତୀୟ ରାଜନୀତିରେ ହେବେ ସକ୍ରିୟ .କାହିଁକି ଛାଡ଼ିଲେ ରାଜ୍ୟପାଳ ପଦବୀ ?
ତେବେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ନିଜ ପଦରୁ ଇସ୍ତଫା ହେବା ପରେ ତାଙ୍କୁ ନେଇ ଅନେକ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି .ଭାରତୀୟ ଜନତା ପାର୍ଟି ରାଜ୍ୟରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ସଂଗଠନ ମଜବୁତ କରୁଥିବା ସମୟରେ ସେ ଇସ୍ତଫା ଦେଇଥିବାରୁ .ସେ ପୁଣି ଥରେ ଜାତୀୟ ରାଜନୀତିରେ ସକ୍ରିୟ ହେବା କଥା ଚର୍ଚ୍ଚା ହେଉଛି . ଅପରପକ୍ଷେ ଆଲୋଚନା ହେଉଛି ପୂର୍ବରୁ ଲଲିତ ଦାସଙ୍କୁ ବିବାଦକୁ ନେଇ ବିଭିନ୍ନ ସମୟରେ ମୋହନଙ୍କୁ ଘେରୁଥିଲେ ବିରୋଧି .କାହିଁକି ସେ ରାଜପାଳ ଓ ତାଙ୍କ ପୁଅ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁନ୍ତି . ତେଣୁ ରଘୁବର ଦାସ ଇସ୍ତଫା ଦେଇ ଓଡିଶାରୁ ଦୁରେଇ ରହିବେ ବୋଲି ଭାବୁଥିବା କଥା କୁହାଯାଉଛି .
ତେବେ ରଘୁବର ଦାସ ୩୧ ଅକ୍ଟୋବର ୨୦୨୩ ରେ ଓଡ଼ିଶାରେ ରାଜ୍ୟପାଳ ଭାବରେ ନିଯୁକ୍ତି ହୋଇଥିଲେ .୧୪ ମାସ କାର୍ଯ୍ୟ କରିବା ପରେ ସେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି .ଝାଡ଼ଖଣ୍ଡରେ ନିର୍ବାଚନ ପରେ ତାଙ୍କ ଇସ୍ତଫା ରାଜନୈତିକ ଉଷ୍ମତା ସୃଷ୍ଟି କରୁଛି .୨୦୧୪ରେ ଝାଡ଼ଖଣ୍ଡରେ ବିଜେପି ଏକ ବଡ଼ ବିଜୟ ହାସଲ କରିଥିଲା .ଏହାପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦିଆଯାଇଥିଲା .ତେବେ ସେ ୨୦୨୩ରେ ରାଜ୍ୟପାଳ ପଦରେ ନିଯୁକ୍ତ ହୋଇଥିଲେ .