11 ମାସ ଧରି ଚୁପ ବସିଛନ୍ତି ମୋହନ ସରକାର ଏପଟେ ବୁଡିବାକୁ ବସିଲାଣି ଓଡିଶା । ରାଜନୈତିକ ସ୍ୱାର୍ଥ ପାଇଁ ମୁହଁ ଖୋଲୁନାହାନ୍ତି କି ଡବଲ ଇଞ୍ଜିନ ସରକାର ? ପଡୋଶୀ ପାଇଁ ଓଡିଶା ବୁଡିବାକୁ ବସିଛି ହେଲେ ସରକାରଙ୍କୁ ଖାତିର ନାହିଁ । ମଉଜ ମଜଲିସରେ ମାତିଛନ୍ତି ହେଲେ ଓଡିଶା ଲୋକଙ୍କୁ ପଚାରୁନାହାନ୍ତି କାହିଁକି ? ହଁ ଆଜ୍ଞା ପୋଲାଭରମ ପ୍ରକଳ୍ପ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ପୋଲାଭରମ ପ୍ରକଳ୍ପ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ଥାଣୁତା ନେଇ ପୁଣିଥରେ ବର୍ଷିଛି ବିଜେଡି । ବିରୋଧି ବିଜୁ ଜନତା ଦଳ ଅଭିଯୋଗ କରିଛି ପୋଲାଭରମ ପ୍ରକଳ୍ପ ଯୋଗୁଁ ମାଲକାନାଗିରିର ଅନେକ ଅଞ୍ଚଳ ଜଳମଗ୍ନ ହୋଇଯିବ । ବହୁ ସଂଖ୍ୟାରେ ଆଦିବାସୀ ବିସ୍ଥାପିତ ହେବା ସହ ମୋଟୁ ଅଞ୍ଚଳର ଅଧିକାଂଶ ଜଙ୍ଗଲ ଜମି ଜଳମଗ୍ନ ହୋଇଯିବ । ହେଲେ ସରାକାରଙ୍କର ଏ ପ୍ରତି ନିଘା ନାହିଁ । ଅନ୍ୟପଟେ ବିଜେପି ଦଳର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କ କହିବା କଥା ଓଡ଼ିଶାର ସ୍ବାର୍ଥ ଜଗିବାକୁ ଅଛନ୍ତି ତାଙ୍କ ଦଳର 20 ଜଣ ସାଂସଦ ରହିଛନ୍ତି । କିନ୍ତୁ ନା ସାଂସଦ ନା ସରକାର କେହି ବି ଏଥିପ୍ରତି ଧ୍ୟାନ ନଦେବା ଏବେ ଓଡିଶା ପାଇଁ ଚିନ୍ତାର କାରଣ ପାଲଟିଛି ।
ସେପଟେ ସରକାରଙ୍କ ସ୍ଥାଣୁତାକୁ ନେଇ ଭିନ୍ନ ମତ ରଖିଛନ୍ତି ବିଜେପି ବିଧାୟକ । ଦଳର ବିଧାୟକ କହିଛନ୍ତି ଏହି ପ୍ରକଳ୍ପ ଯୋଗୁ ଆଦିବାସୀମାନେ ଯେପରି ହଇରାଣ ନହୁଅନ୍ତି, ଡବଲ ଇଞ୍ଜିନ ସରକାର ସେଥ୍ରପ୍ରତି ଦୃଷ୍ଟି ଦେବା ଦରକାର । ପୋଲାଭରମକୁ ନେଇ ବାରମ୍ୱାର ନବୀନ ସରକାରଙ୍କୁ ଘେରିଛନ୍ତି କେବଳ ସେତିକି ନୁହେଁ ନିଜ ଦଳର ଦଳର ନେତା ଓ ବିଧାୟକଙ୍କ ସ୍ବତନ୍ତ୍ର ଟିମ ଗଠନ କରି କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିଛନ୍ତି ।ପୋଲାଭରମ ଯୋଗୁଁ ଓଡିଶାର ଯେପରି କିଛି କ୍ଷତି ନହେବ ସେନେଇ ବିଜେଡି ସ୍ବର ଉଠାଇ ଆସିଛି । ସମସ୍ୟାର ସମାଧାନ ପାଇଁ ଟ୍ରିପଲ ଇଂଜିନ ସରକାର ଉପରେ ଚାପ ପକାଇଆସୁଛି ତାକୁ ରାଜ୍ୟବାସୀ ଅନାଇବସିଛନ୍ତ । ବାରମ୍ୱାର ସାମ୍ୱାଦିକ ସମ୍ମିଳନୀ କରି ସରକାରଙ୍କୁ ସମାଲୋଚନା କରିଥିଲେ ସୁଦ୍ଧା ସରକାର ଏହାକୁ କର୍ଣ୍ଣପାତ କରିନାହାନ୍ତି । ଆଗାମୀ ଦିନରେ ଏହି ପୋଲାଭରମ ଝଡ ରାଜ୍ୟ ରାଜନୀତିରେ କେଉଁ ମୋଡ ନେଉଛି ତାହା ଦେଖିବାକୁ ଅପେକ୍ଷା ।