ମୋହନଙ୍କ ପାଇଁ ମହିଳାଙ୍କୁ ଧମକ !

ମୋହନଙ୍କ ପାଇଁ ମହିଳାଙ୍କୁ ଧମକ !

ମୋହନଙ୍କ ପାଇଁ ମହିଳାଙ୍କୁ ମିଳୁଛି ଧମକ । ମୁଖ୍ୟମନ୍ତ୍ରୀଙ୍କ ସଭାରେ ଯୋଗ ଦେବା ନେଇ ସରକାରୀ ଅଧିକାରୀ ଧମକ ଦେଉଥିବା ଏକ ଅଡିଓ ଏବେ ଭାଇରାଲ ହେଉଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ସାମିଲ ହେବା ନେଇ ମହିଳାଙ୍କୁ ସରକାରୀ ଅଧିକାରୀ ତାଗିଦ୍ କରି କହୁଥିବା ଶୁଣିବାକୁ ମିଳୁଛି । ଏପରିକି ସାମିଲ ନହେଲେ ସେମାନଙ୍କ ଦରମା କଟାଯିବା ନେଇ ମଧ୍ୟ ଧମକ ଦିଆଯାଉଛି । ଯାହା ବିଜେପିର ଅସଲ ଚେହେରାକୁ ପଦାରେ ପକାଉଛି ।

ତେବେ ବିଜେପି ସଭାରେ ଖାସ କରି ମୁଖ୍ୟମନ୍ତ୍ରୀଙ୍କ ସଭାରେ ଖାଲି ଚେୟାର ପଡୁଥିବା, ଏବଂ ଲୋକେ ଉଠି ପଳାଉଥିବା ବିଗତ ଦିନମାନଙ୍କର ଅନେକ ଦୃଶ୍ୟ ସାମ୍ନାକୁ ଆସୁଛି । ଏପରିକି ଖୋଦ ପୋଲିସମାନେ ନିଜ ନିଜ ଫୋନ ଟିପୁଥିବା ଏବଂ ଲୋକେ ଶୋଇପଡୁଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଏହା ସହ ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ କିପରି ତାଙ୍କ ଭିଡିଓ ଆସିଲେ ବିଡିଓମାନେ ଟିଭି ସ୍କ୍ରିନ ବନ୍ଦ କରି ଲୋକଙ୍କୁ ଉଠି ପଳାଇବା ପାଇଁ କହୁଛନ୍ତି ସେ ସମ୍ପର୍କରେ ମଧ୍ୟ ନିଜେ ଭରା ସଭାରେ ମୁହଁ ଖୋଲିଥିଲେ । ଆଉ ବିଡିଓଙ୍କୁ ଏପରି ନକରିବା ପାଇଁ ସତର୍କ କରାଇବା ସହ ପରିଣାମ ଖରାପ ହୋଇପାରେ ବୋଲି ପରୋକ୍ଷରେ ୱାଣ୍ଣିଂ ଦେଇଥିଲେ । ଯାହା ପରେ ଏବେ ସରକାରୀ ଅଧିକାରୀମାନେ ସତର୍କ ରହିବା ସହ ଲୋକଙ୍କୁ ଫୋନ କରି ଖାସ କରି ସରକାରଙ୍କ ପକ୍ଷରୁ କିଛି ପାରିଶ୍ରମିକ ପାଉଥିବା ମହିଳାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଉପସ୍ଥିତ ରହିବା ନେଇ ଚେତାବନୀ ଦେଇଥିବାର ଅଡିଓ ସାମ୍ନାକୁ ଆସିଛି ।

author

Related Articles

Leave a Reply

Your email address will not be published. Required fields are marked *