ମୋହନଙ୍କ ପାଖରେ ହାର ମାନିଗଲେ କି ନବୀନ ?

ମୋହନଙ୍କ ପାଖରେ ହାର ମାନିଗଲେ କି ନବୀନ ?

ରାଜ୍ୟରେ ମୋହନ ସରକାରକୁ 60 ଦିନ ବିତିସାରିଛି । କିନ୍ତୁ ଏବେ ପର୍ଯ୍ୟନ୍ତ ପରାଜୟ ଝଟକାରୁ ବାହାରି ପାରୁନି ବିରୋଧି ବିଜେଡି । ରାଜ୍ୟରେ ବିଜେପି ସରକାର ହେବା ଦିନଠାରୁ ହିଁ ବିଭିନ୍ନ ସମସ୍ୟାରେ ଛନ୍ଦି ହେଉଚନ୍ତି ରାଜ୍ୟବାସୀ । ବିରୋଧି ଦଳ ଭାବେ ରାଜ୍ୟବାସୀଙ୍କ ବିରୁଦ୍ଧରେ ସ୍ୱର ଉଠାଇବା ବିଜେଡିର ମୁଖ୍ୟ କାର୍ଯ୍ୟ । କିନ୍ତୁ ନିଜ ଦଳର ସ୍ଥିତିକୁ ସଜାଡୁ ସଜାଡୁ ଓଡିଶାର ସମସ୍ୟାକୁ ଭୁଲି ଗଲାଣି ବିଜୁ ଜନତା ଦଳ । ରାଜ୍ୟପାଳଙ୍କ ପୁଅ ଏସଓଙ୍କୁ ମାଡ ମାରିବା ଘଟଣା,ରଥଯାତ୍ରା ବିଭ୍ରାଟ,ନିଟ ପେପର ଲିକ ଘଟଣା ସବୁକିଛି ସମସ୍ୟା ଧୀରେ ଧୀରେ କରି ଉଡିଗଲାଣି । ଦିନ ଥିଲା ବିରୋଧି ବିଜେଡି ଏ ସବୁ ପ୍ରସଙ୍ଗକୁ କେନ୍ଦ୍ରକରି ଶାସକ ଦଳକୁ ଘେରୁଥିଲା । କିନ୍ତୁ ଦିନ ଗଡିବା ପରେ ସବୁ ସମସ୍ୟା କୁଆଡେ ଉଭେଇ ଗଲା । ନା ରାଜ୍ୟସରକାରଙ୍କ ଦୃଷ୍ଟି ଆକର୍ଷଣ ହେଲା ନା ଏହାର ସମାଧାନ କରିବା ପାଇଁ ଉଚିତ ସ୍ୱର ଉତ୍ତୋଳନ କରିପାରିଲା ବିଜୁ ଜନତା ଦଳ । ଅନ୍ୟପଟେ ବିଧାନସଭା ଅଧିବେଶନ ନିକଟରେ ଶେଷ ହୋଇଛି । ପରନ୍ତୁ ରାଜ୍ୟର କୌଣସି ସମସ୍ୟାର ସମାଧାନ ହୋଇଥିବା ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ । ବିଜେଡିର ବଡ ବଡ ବରିଷ୍ଠ ନେତାଙ୍କୁ ଚଳିତ ସାଧାରଣ ନିର୍ବାଚନରେ ସୁଯୋଗ ମିଳିନଥିଲା କିନ୍ତୁ ପରାଜୟ ପରେ ବରିଷ୍ଠ ନେତାଙ୍କୁ ଆଗକୁ ଆଣିଲେ ନୂଆ ଦାୟିତ୍ୱ ଦେଲେ । ହେଲେ ନବୀନଙ୍କ ସ୍ୱରରେ ସ୍ୱର ମିଶାଉନାହାନ୍ତି ବରିଷ୍ଠ ନେତୃବୃନ୍ଦ । ଧୀରେ ଧୀରେ କରି ଜଣେ ପରେ ଜଣେ ଦଳରୁ କରଛଡା ଦେଉଛନ୍ତି ଯେଉଁଥିପାଇଁ ବିଜେଡି ରାଜ୍ୟ ନୁହେଁ ବରଂ ନିଜ ଦଳ ଉପରେ ଫୋକସ କରୁଛି । ଅନ୍ୟପଟେ ବିରୋଧି ମୁଖିଆ ନବୀନ ପଟ୍ଟନାୟକ ଶଙ୍ଖର ପତିଆରାକୁ ଫେରାଇ ଆଣିବା ପାଇଁ ଗୋଟିଏ ପରେ ଗୋଟିଏ ନୂଆ ରୋଡମ୍ୟାପ ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଯେତେ ଯାହା କଲେ ସୁଦ୍ଧା ବିଜେପି ଆଗରେ ବିଜୁ ଜନତା ଦଳ ତିଷ୍ଠି ପାରିବ ନାହିଁ ବୋଲି ଚର୍ଚ୍ଚା ଚାଲିଛି । ତେବେ ଦେଖିବାକୁ ବାକି ନିଜ ଦଳକୁ ସଜାଡିବାରେ ବ୍ୟସ୍ତ ବିଜେଡି କେବେ ବିରୋଧି ହୋଇ ଲୋକଙ୍କ ସମସ୍ୟା ବିରୁଦ୍ଧରେ ସ୍ୱର ଉଠାଇବ ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *