ମୋହନଙ୍କ ବଡ ଭେଟି ଆସିଲା ସୁଭଦ୍ରା ଟଙ୍କା

ମୋହନଙ୍କ ବଡ ଭେଟି ଆସିଲା ସୁଭଦ୍ରା ଟଙ୍କା

ମହିଳା ଦିବସରେ ରାଜ୍ୟର ମହିଳାଙ୍କୁ ସରକାର ଦେଲେ ବଡ ଭେଟି । ଆକାଉଣ୍ଟକୁ ଆସିଲା ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା । ବ୍ରହ୍ମପୁରର ଆମ୍ୱପୁଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ଗଞ୍ଜାମ ଜିଲ୍ଲାର ଦୁଇ ସାଂସଦ ଏବଂ ସମସ୍ତ ବିଧାୟକ ଓ ଦୁଇ କେନ୍ଦ୍ରମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ । ବ୍ରହ୍ମପୁର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି 25 ହଜାର ମହିଳା । କାର୍ଯ୍ୟକ୍ରମରେ ସାମିଲ ହୋଇ ସିଧାସଳଖ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ଯଦି ଆମେ ଦେଖିବା ଏ ସବୁ ଭିତରେ କୋଟିଏ ଟପିଛି ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା । କୋଟିଏରୁ ଉର୍ଦ୍ଦ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇଛନ୍ତି । ଏହା ପୂର୍ବରୁ ମାର୍ଚ୍ଚ 6 ତାରିଖରେ ପ୍ରଥମ ପର୍ଯ୍ୟାୟର ପଞ୍ଚମ କିସ୍ତି ଟଙ୍କା ପାଇଥିଲେ 2 ଲକ୍ଷ 30 ହଜାରରୁ ଅଧିକ ହିତାଧିକାରୀ । ସେପଟେ ମାର୍ଚ୍ଚ 31କୁ ସୁଭଦ୍ରା ଯୋଜନା ଆବେଦନର ଶେଷ ତାରିଖ ରୂପେ ଧାର୍ଯ୍ୟ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *