ମୋହନଙ୍କ ମୁଣ୍ଡଗୋଲ ନବୀନ ଲେଖିଲେ ଚିଠି !

ମୋହନଙ୍କ ମୁଣ୍ଡଗୋଲ ନବୀନ ଲେଖିଲେ ଚିଠି !

ପୁଣି ସଶକ୍ତ ହେବେ ମହିଳା । ନିଜେ ହେବେ ସ୍ୱାବଲମ୍ୱୀ ନିଜ ହକ୍ ପାଇଁ ଲଢିବେ ମହିଳା । ଓଡିଶାର ମାଆ ମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ନବୀନ ନେଲେ ବଡ ନିଷ୍ପତ୍ତି । ବିଜେଡି ନେବ ବଡ ପଦକ୍ଷେପ ପୁଣିଥରେ ନିଜର ହକ୍ ପାଇଁ ନିଜେ ହିଁ ଲଢେଇ କରିବେ ମହିଳା ସାଥ୍ ଦେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଓ ଆନ୍ତର୍ଜାତୀୟ ମହିଳା ଦିବସକୁ ଧୁମଧାମରେ ପାଳନ କରିବାକୁ ଯାଉଛି ବିଜୁ ଜନତା ଦଳ । ବିଜୁ ମହିଳା ଜନତା ଦଳ ପକ୍ଷରୁ ବିଭିନ୍ନ ନିର୍ବାଚନ ମଣ୍ଡଳୀ, ବ୍ଲକ ଓ ପୌରାଞ୍ଚଳ ସ୍ତରରେ ମହିଳା ଦିବସ ପାଳନ କରାଯିବା ନେଇ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛି ବିଜୁ ଜନତା ଦଳ ।

ମହିଳା ବିକାଶ ସମ୍ପର୍କରେ ନବୀନ ନେଇଛନ୍ତି ଏଭଳି କିଛି ବଡ ନିଷ୍ପତ୍ତି । ନଅମାସର ମୋହନ ସରକାରରେ ଅବହେଳିତ ହୋଇପଡିଛନ୍ତି ଓଡିଶାର ସାଧାରଣ ମହିଳା । ମିଶନ ଶକ୍ତିର ମାଆମାନଙ୍କ ଠାରୁ ଆରମ୍ଭ କରି ଆଶା ଦିଦି,ବିଭିନ୍ନ ସ୍ତରର ମହିଳ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏବଂ ସେହି ମହିଳାଙ୍କୁ ସ୍ୱାବଲମ୍ୱୀ କରାଇ ନିଜ ହକ୍ ପାଇଁ ଲଢିବାକୁ ବିଜୁ ଜନତା ଦଳ ନେଇଛି ଏପରି କିଛି ନିଷ୍ପତ୍ତି । ମାର୍ଚ୍ଚ 8 ରେ ଶଙ୍ଖଭବନରେ ପାଳନ ହେବ ଆନ୍ତର୍ଜାତୀୟ ମହିଳା ଦିବସ । ମହିଳାଙ୍କ ବିକାଶ ପାଇଁ ବିଜେଡି କରିଥିବା ଯୋଜନାରେ କିଭଳି ଭାବେ ମହିଳାଙ୍କୁ ଗୁରୁତ୍ୱ ମିଳିବ ସେ ନେଇ ଆଲୋଚନା ହେବ । ଖାଲି ସେତିକି ନୁହେଁ ମାର୍ଚ୍ଚ 5ରେ ବିଜୁ ବାବୁଙ୍କ 109 ତମ ଜୟନ୍ତୀ ପାଳନ କରିବାକୁ ଯାଉଛି ବିଜେଡି । ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ଚିଠି ଲେଖିଛନ୍ତି । ନବୀନଙ୍କ ନିର୍ଦ୍ଦେଶରେ ଏହି ଦୁଇ ଦିବସକୁ ପାଳନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବିଜେଡିର ସମସ୍ତ କର୍ମକର୍ତ୍ତା ।

author

Related Articles

Leave a Reply

Your email address will not be published. Required fields are marked *