ମୋହନଙ୍କ ମୁହଁରେ ତାଲା !

ମୋହନଙ୍କ ମୁହଁରେ ତାଲା !

ମଜଭୁତ ହେଉଛି ପ୍ରଣବଙ୍କ ସଙ୍ଗଠନ । ଦୁଇ ଭାଇଙ୍କ ସ୍ୱରରେ କମ୍ପୁଛି ଯାଜପୁର । ପୁଣିଥରେ ଯାଜପୁର ଗଡରେ ଅଣ୍ଟାସଳଖି ଛିଡା ହେବା ପାଇଁ ପ୍ରୟାସ କରୁଛି ବିଜୁ ଜନତା ଦଳ । ଗତ ସାଧାରଣ ନିର୍ବାଚନରେ ଭାଙ୍ଗିଯାଇଥିବା ବବିଙ୍କ ଗଡକୁ ସୁଧାରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ନିଇତି ହେଉଛି କାର୍ଯ୍ୟକ୍ରମ ଶାସକ ଦଳ ବିରୁଦ୍ଧରେ ରଣହୁଙ୍କାର ଦେଉଛନ୍ତି ପ୍ରଣବ ପ୍ରକାଶ ଦାସ । ପ୍ରତିଟି ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କୁ ଟାର୍ଗେଟ କରିଥାନ୍ତି ଯାହାର ପ୍ରତିଉତ୍ତର ମଧ୍ୟ ସମାନ ଢଙ୍ଗରେ ଦେଇଥାନ୍ତି ପ୍ରଣବ ପ୍ରକାଶ ଦାସ । ନିର୍ବାଚନ ହାରିବା ଦିନଠାରୁ ସତେ ଯେମିତି ବବିଙ୍କ ଗଡ ବେଶ ସକ୍ରିୟ ହୋଇପଡିଛି । ଖୋଦ ବିଜେଡିର ପୁରୁଖା ନେତା ପ୍ରଣବ ବଳବନ୍ତରାୟ ନିଜ ପୂର୍ବତନ ନିର୍ବାଚନ ମଣ୍ଡଳୀ ଗସ୍ତ କରୁଛନ୍ତି ଏବଂ ଲୋକଙ୍କ ସମସ୍ୟା ବୁଝୁଛନ୍ତି । ନିକଟରେ ଯାଜପୁରରେ ବିଜେଡିର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକର ଯାଜପୁର ରସଲପୁର ଅନ୍ତର୍ଗତ ଦଳର ବ୍ଲକ ସଭାପତି ଓ ରାଜ୍ୟ ଉପସଭାପତି ପ୍ରଣବ ପ୍ରକାଶ ଦାସ ଓ ବିଜେଡିର ଅନେକ କର୍ମୀ ଏହି ବୈଠକରେ ଉପସ୍ଥିତ ରହିଥିଲେ ।

11 ମାସ ବିଜେଡିରେ ଆସିଛି ବଡ ପରିବର୍ତ୍ତନ । ନୂଆ ଟିମ ଗଢିଛନ୍ତି ନବୀନ ସେଥିରେ ଅନେକ ପୁରୁଖା ନେତାଙ୍କୁ ଦାୟିତ୍ୱ ମିଳିଛି । ବରିଷ୍ଠ ଓ ଯୁବ ନେତାଙ୍କୁ ଥଇଥାନ କରି ନବୀନ ନିଜର ନୂଆ ଟିମ ଗଠନ କରିଛନ୍ତି । ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କୁ ଶଙ୍ଖପତି ରାଜ୍ୟ ଉପସଭାପତି ଦାୟିତ୍ୱ ଦେଇଛନ୍ତି । ଦାୟିତ୍ୱ ନେଉ ନେଉ କିପରି ଭାବେ ବିଜେଡି ସଙ୍ଗଠନ ମଜଭୁତ ହେବ ସେ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଶା । ଯାଜପୁରରେ ଆୟୋଜିତ ଏହି ଦଳୀୟ ସଙ୍ଗଠନରେ ଯୋଗଦେଇ ବବି ସମସ୍ତ ବିଜେଡି କର୍ମୀଙ୍କୁ ଆହ୍ୱାନ ଦେଇଥିଲେ ଏକାଠି ହୋଇ ରହିବା ପାଇଁ ଏବଂ ଓଡିଶା ଲୋକଙ୍କ ସ୍ୱାର୍ଥ ଦିଗରେ କାର୍ଯ୍ୟ କରିବା ନିମନ୍ତେ ।

ତେବେ ପାୱାର କରିଡୋରରେ ବବିଙ୍କ ପାୱାରକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ଗୋଟିଏ ପଟେ ବିଜେଡି ସୁପ୍ରିମୋ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷଛେଦନ କରିଥିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଦଳର ସମସ୍ତ ବୈଠକ ଓ ଦଳୀୟ କାର୍ଯ୍ୟକ୍ରମରେ ନଜର ଆସୁଛନ୍ତି ପ୍ରଣବ ପ୍ରକାଶ ଦାସ । ତେବେ ଯାଜପୁର ମାଟିରେ ବାରମ୍ୱାର ବବିଙ୍କ ରଣହୁଙ୍କାର ଶାସକ ଶିବିରରେ କମ୍ପନ ସୃଷ୍ଟି କରିଛି ।

author

Related Articles

Leave a Reply

Your email address will not be published. Required fields are marked *