ପୁଣି ମଇଦାନକୁ ବାହାରିଲେ ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବ । ଦୀର୍ଘ ଦିନର ନିରବତା ପରେ ଖୋର୍ଦ୍ଦା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆକ୍ସନ ମୁଡରେ ଦେଖିବାକୁ ମିଳିଛି । ନିର୍ବାଚନ ପୂର୍ବରୁ ବହୁ ବିବାଦରେ ଛନ୍ଦି ହେଉଥିବା ବାହୁବଳୀ ବିଧାୟକଙ୍କ ପାଇଁ ଲକ୍ଷ୍ମଣ ରେଖା ଟାଣିଥିଲା ଭାରତୀୟ ଜନତା ପାର୍ଟି । ନିଜର ବିବାଦୀୟ ବୟାନ ଓ ଗୁଣ୍ଡାଗର୍ଦ୍ଦି ଅନ୍ଦାଜ ପାଇଁ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଆସୁଥିଲେ ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ । ସେ କର୍ମଚାରୀଙ୍କ ଉପରକୁ ଗାଡି ଚଢେଇବା ହେଉ କି ଇଭିଏମ ଭଙ୍ଗାରୁଜା ଘଟଣା ବହୁ ବିବାଦରେ ଫସୁଥିବା ପ୍ରଶାନ୍ତ ବିଜେଡିରୁ ବହିଷ୍କୃତ ହେବା ପରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ ।
କିନ୍ତୁ ବିଜେପିରେ ସାମିଲ ହେବା ପରେ ବାହୁବଳୀଙ୍କ ପାଇଁ ଲକ୍ଷ୍ମଣ ରେଖା ଟାଣିଥିଲେ ବିଜେପି ହାଇକମାଣ୍ଡ । ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକଙ୍କୁ ଖୋଲ ଖୋଲି ଚ୍ୟାଲେଞ୍ଜ କରୁଥିଲେ କିନ୍ତୁ ସରକାରୀ ଦଳକୁ ଆସିବା ପରେ ପ୍ରଶାନ୍ତଙ୍କ ପାଟିରେ ତୁଣ୍ଡି ବାନ୍ଧି ଦେଇଥିଲେ ବିଜେପି ମୁଖିଆ । କିନ୍ତୁ ସବୁକୁ ପଛରେ ପକାଇ ଏବେ ପୁଣିଥରେ ରାଜ୍ୟ ରାଜନୀତିରେ ନିଜ ଅନ୍ଦାଜକୁ ଫେରିଛନ୍ତି ବାହୁବଳୀ ବିଧାୟକ ।
ଶୁଣିଲେ ତ ଦର୍ଶକବନ୍ଧୁ ନିଜର ବାକ୍ୟବାଣରେ ବିରୋଧିଙ୍କୁ ଆଟାକ କରିଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ନିକଟରେ ସଂସଦରେ ଶୀତକାଳୀନ ଅଧିବେଶନରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ରାହୁଲ ଗାନ୍ଧୀ ଠେଲିଦେବା ଘଟଣାରେ ଜାତୀୟ ସ୍ତରରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ବିଜେପି ଓ କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ ଜାରି ରହିଛି । ନିକଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ରାଜରାସ୍ତାରେ ଗର୍ଜନ କରିଛନ୍ତି ବିଜେପିର ଶହ ଶହ କର୍ମୀ ଓ ବିଧାୟକ ସାଂସଦ । ତେବେ ଏହି ଆନ୍ଦୋଳନରେ ପୁଣିଥରେ ନିଜର ପୁରୁଣା ଫର୍ମରେ ନଜର ଆସିଛନ୍ତି ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।