ମୋହନଙ୍କ ସଭାରେ ଖାଲି ପଡିଛି ଚେୟାର

ମୋହନଙ୍କ ସଭାରେ ଖାଲି ପଡିଛି ଚେୟାର

ଡିସେମ୍ବର ୮ ତାରିଖରେ ବରଗଡ ଜିଲ୍ଲାର ସୋହେଲା ଠାରେ ଚାଷୀମାନଙ୍କ ପାଇଁ ଏକ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚାଷୀଙ୍କ ସାମଗ୍ରିକ ବିକାଶକୁ ଗୁରୁତ୍ଵ ଦେଇ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ଏବଂ ୮୦୦ ଟଙ୍କାର ଇନପୁଟ ସହାୟତା ସହ କୁଇଣ୍ଟାଲ ପିଛା ସର୍ବମୋଟ ୩୧୦୦ ଟଙ୍କା ପ୍ରଦାନ କରାଯାଇଥିଲା । ଖୋଦ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ଚାଷୀମାନଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଥିଲେ । ଏବଂ ମୁଖ୍ୟମନ୍ତ୍ରୀଙ୍କ ଏହି କାଯ୍ୟକ୍ରମ ଏବଂ ତାଙ୍କ ଅଭିଭାଷଣ ଅନ୍ୟ ନିବାଚନ ମଣ୍ଡଳୀରେ ଟେଲିକାଷ୍ଟ କରାଯାଉଥିଲା । କିନ୍ତୁ ଅନ୍ୟ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଶୁଣିବାକୁ କେହି ବି ନଥିଲେ । ବିଜେପି ପକ୍ଷରୁ ଏହି କାଯ୍ୟକ୍ରମ ପାଇଁ ଟେଣ୍ଟ ବନ୍ଧାଯିବା ସହ ଶହ ଶହ ଚେୟାର ସହ ସମସ୍ତ ଆୟୋଜନ କରାଯାଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଶୁଣିବାକୁ ସାଧାରଣ ଜନତାଙ୍କ ସହ ଖୋଦ ଦଳୀୟ ନେତାଙ୍କର ମଧ୍ୟ ଇଚ୍ଛା ଶକ୍ତି ନଥିଲା ଏହିଥିରୁ ସ୍ପଷ୍ଟ ହୋଇପଡୁଛି ।

ଅନ୍ୟପଟେ ଦେଖିବାକୁ ଗଲେ. ବିଜେପି ନିର୍ବାଚନରେ ଜିତିଛି ସତ । କିନ୍ତୁ ବିଜେପି କାର୍ଯ୍ୟକ୍ରମ ତୁଳନାରେ ବିଜେଡି ସଭାରେ ଲୋକଙ୍କ ଭିଡ ଅଧିକ ଦେଖିବାକୁ ମିଳୁଛି । ସେ ଜନ ସମ୍ପର୍କ ପଦଯାତ୍ରା ହେଉ ବା ସାଧାରଣ ସଭା । ସବୁଠି ବିଜେଡି ସମର୍ଥିତ ଜନତା ଅଧିକ ରହୁଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀଙ୍କ ତୁଳନାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ଅଧିକ ଲୋକ ଧାଇଁ ଆସୁଥିବା ନଜିର ରହିଛି । କିନ୍ତୁ ତଥାପି ବିଜେପି ନେତାମାନେ ବିଜେଡି ତୁଳନାରେ ବିଜେପି ଲୋକଙ୍କ ପସନ୍ଦ ବୋଲି ଡିଣ୍ଡିମ ପିଟୁଛନ୍ତି । ହେଲେ ବାସ୍ତବରେ ଚିତ୍ର କଣ ଏବଂ କିଏ ଲୋକପ୍ରିୟ ତାହା ତ ଏହିଥିରୁ ହିଁ ସ୍ପଷ୍ଟ ହୋଇପଡୁଛି ।

author

Related Articles

Leave a Reply

Your email address will not be published. Required fields are marked *