ମୋହନଙ୍କ ହାତରେ ଆଉ ମାତ୍ର ମାସେ …!

ମୋହନଙ୍କ ହାତରେ ଆଉ ମାତ୍ର ମାସେ …!

ଆରମ୍ଭ ହୋଇଗଲାଣି କାଉଣ୍ଟ ଡାଉନ । ହାତରେ ଆଉ ମାତ୍ର ମାସେ । ମାସେ ପରେ ପୁଣି ହେବ ଫୈସଲା । ମୋହନ ସରକାରଙ୍କୁ ମିଳିବ ମାର୍କ । ହଁ ଦର୍ଶକବନ୍ଧୁ, ଆଉ ମାସେ ପରେ ରାଜ୍ୟରେ ମୋହନ ସରକାରକୁ ବର୍ଷେ ପୂରିବ । ଆଉ ଏହି ବର୍ଷେ ଭିତରେ ମୋହନ ସରକାର ଲୋକଙ୍କ ପାଇଁ କଣ କଣ କରିଛନ୍ତି ତାର ହିସାବ ନିକାଶ କରିବେ ସାଧାରଣ ଜନତା । ଏପରିକି ନିଜେ କରିଥିବା କାମର ବି ଚିଠା ରଖିବେ ମୁଖ୍ୟମନ୍ତ୍ରୀ । ଏହି ବର୍ଷେ ଭିତରେ ବିଜେପି ଓଡିଶାର ବିକାଶ କ୍ଷେତ୍ରରେ କେତେ ପାଦ ଆଗେଇଛି, କଣ କଣ ନୂତନ ପଦକ୍ଷେପ ନେଇଛନ୍ତି ସବୁର ଲିଷ୍ଟ ପ୍ରକାଶ ପାଇବ । ଏହା ସହ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ଦିଗରେ ବି ମୋହନ ସରକାରଙ୍କ ଅବଦାନ କେତେ ତାର ପର୍ଦ୍ଦାଫାସ ବି ହେବ ।

ତେବେ ବିଜେପି କହିବା ଅନୁସାରେ, ନିର୍ବାଚନ ପୂର୍ବରୁ ଯାହା ପ୍ରତିଶ୍ରୁତି ବିଜେପି ଦେଇଥିଲା ତାହା ୬ ମାସ ମଧ୍ୟରେ ବି ପୂରଣ ହୋଇସାରିଛି । କିନ୍ତୁ ବାସ୍ତବରେ ଏହି କଥାରେ କେତେ ସତ୍ୟତା ଅଛି ତାହା କାହାକୁ ଅଛପା ନାହିଁ । କେବଳ ସୁଭଦ୍ରା ଯୋଜନା ମାଧ୍ୟମରେ ସରକାର ପାଦେ ଆଗେଇଛି । କିନ୍ତୁ ଏଥିରେ ବି ପର୍ଯ୍ୟାୟ ପର୍ଯ୍ୟାୟ କ୍ରମେ ଅନେକ ପରିବର୍ତନ କରାଯାଇଛି । ଏହା ସହ ଚାଷୀଙ୍କୁ ୮୦୦ ଟଙ୍କାର ଇନପୁଟ୍ ସହାୟତା, ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା, ରତ୍ନଭଣ୍ଡାର ଖୋଲିବା, ଆୟୁଷ୍ମାନ ଯୋଜନା ଲାଗୁ ଭଳି ପ୍ରତିଶ୍ରୁତି ପୂରା କରି ଲୋକଙ୍କ ଭରସା ଜିଣିଛନ୍ତି । କିନ୍ତୁ ଏଥିରେ ବି ଘୋଟାଲା ନଜର ଆସିଛି । ଆୟୁଷ୍ମାନ ଯୋଜନାରେ ଲୋକେ ହନ୍ତସନ୍ତ ହେଉଥିବା, ସ୍ୱାସ୍ଥ୍ୟ ସେବା ପାଇଁ ବିକଳ ହେଉଥିବା, ରତ୍ନଭଣ୍ଡାର ରହସ୍ୟ ଏବେ ବି ରହସ୍ୟରେ ରହିଥିବା ଏପରି ନାନା ପ୍ରତିଶ୍ରୁତି ପୂରଣ ହୋଇ ବି ପୂରଣ ହୋଇନି । କିନ୍ତୁ ତଥାପି ପ୍ରଚାର ପ୍ରସାର ଦିଗରେ ମୋହନ ସରକାର ଆଦୌ ହେଳା କରୁନାହାନ୍ତି । ଏବଂ ବର୍ଷେ ପୂର୍ତ୍ତିରେ ଏସବୁକୁ କେନ୍ଦ୍ର କରି ମୋହନ ସରକାର ନିଜର ବାହା ବାହା ଭରପୁର କରିବା ନେଇ ସେଥିରେ ସନ୍ଦେହ ନାହିଁ ।

ତେବେ ଆହୁରି ଅନେକ ପ୍ରତିଶ୍ରୁତି ଅଧାପନ୍ତରିଆ ହୋଇ ପଡିରହିଥିବା ବେଳେ ଦେଖାଯାଉ ବର୍ଷେ ପୂର୍ତ୍ତିରେ ଲୋକଙ୍କ ଆଭିମୁଖ୍ୟ ବିଜେପି ପ୍ରତି କିଭଳି ରହୁଛି ଏବଂ ମୋହନ ସରକାରଙ୍କୁ କେତେ ମାର୍କ ମିଳୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *