ମୋହନା ପ୍ରାଣୀ ଚିକିତ୍ସାଳୟ କେନ୍ଦ୍ରରେ ଭ୍ରାମ୍ୟ ମାଣ ପ୍ରIଣୀ ଚିକିତ୍ସା ସେବା ଯାନର ଲୋକାର୍ପଣ ହେବା ସହ ମୋ ସରକାର କକ୍ଷର ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଧର୍ମାନନ୍ଦ ମହାନ୍ତି ଯୋଗଦେଇ ରାଜ୍ୟ ସରକାର ଯୋଗାଇ ଦେଇଥିବା ନୂତନ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଯାନକୁ ପୂଜାର୍ଚ୍ଚନା କରି ଉଦଘାଟନ କରିଥିଲେ। ସ୍ଥାନୀୟ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରବାଶ ବିଶ୍ଵାସ, ଅତିରିକ୍ତ ପ୍ରାଣୀଚିକିତ୍ସା ଅଧିକାରୀ ଡା.ଶୁଭଙ୍କର ସାହୁଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ପ୍ରାଣୀ ମାନଙ୍କର ଉନ୍ନତ ସେବା ସହିତ ପ୍ରାଣୀ ପାଳକ ମାନଙ୍କର ଉନ୍ନତି, ଜନସାଧାରଣ ଏହି ସେବାର ଫାଇଦା ଉଠାଇବା ଏବଂ ବିଭିନ୍ନ ଯୋଜନା ଗୁଡିଜର ସଫଳ ରୁପାୟନରେ ଏହା ସହାୟକ ହେବ ବୋଲି ଡା.ମହାନ୍ତି କହିଛନ୍ତି।ଏହା ସହ ବିଭିନ୍ନ ପ୍ରାଣୀମାନଙ୍କର ଚିକିତ୍ସା ନିମନ୍ତେ ଆସୁଥିବା ଲୋକମାନଙ୍କର ଜଳକଷ୍ଟ ଦୂର କରିବା ପାଇଁ କାର୍ଯ୍ୟାଳୟରେ ଏକ ନୂତନ ଆକ୍ବା ଗାର୍ଡ ସ୍ଥାପନ କରାଯାଇଚ୍ଛି । ଏହା ସହ ମୋ ସରକାର ଅଭିଯୋଗ ପ୍ରକୋଷ୍ଠ ମଧ୍ୟ ଉଦଘାଟନ ହୋଇଯାଇଛି।

You can share this post!
author
Related Articles
କାଟିଲେ ବୋହିଲେ ସରୁନି ନୀଳଜହର
- November 12, 2024
ରାସ୍ତାରୋକ କଲେ ଅଞ୍ଚଳବାସୀ
- November 11, 2024
ଗଞ୍ଜେଇ ଓ ଭାଙ୍ଗ ଜବତ
- November 6, 2024