ମୋହନା ପ୍ରେସ୍ କ୍ଲବର ବନ୍ଧୁମିଳନ

ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଳକ୍ ପ୍ରେସ କ୍ଳବର ନବ ନିର୍ବାଚିତ ସମ୍ବାଦିକ ବନ୍ଧୁ ମାନଙ୍କ ବନ୍ଧୁ ମିଳନ ସ୍ଥାନୀୟ ହରଭଙ୍ଗି ନଦୀ କୂଳରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଓ ମୁଖ୍ୟବକ୍ତା ଅଡ଼ବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା ଯୋଗ ଦେଇଥିଲେ।ଉଭୟ ଅଧିକାରୀ ନିଜ ବକ୍ତବ୍ୟରେ ସାମ୍ବାଦିକ ଓ ପୁଲିସ ସମସ୍ତ କ୍ଷେତ୍ରରେ ପରସ୍ପର ପରିପୂରକ ଓ ଅଙ୍ଗାଅଙ୍ଗି ଭାବେ ଜଡିତ ଏବଂ ସୂଚନା ପ୍ରଦାନରେ ଉଭୟଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ ବୋଲି କହିଥିଲେ। ଅଡବା ଏସଆଇ ଜୟକୃଷ୍ଣ ପାଣିଗ୍ରାହୀ ଓ ମୋହନା ଏଏସଆଇ ଏଲଭି ପ୍ରସାଦ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।

ସମସ୍ତ ଅତିଥିଙ୍କୁ ଉପଢୌକନ ଦେଇ ସଂଘ ପକ୍ଷରୁ ସମ୍ମାନୀତ କରାଯାଇଥିଲା। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘର ଆଗାମୀ କାର୍ଯ୍ୟକ୍ରମ ଓ ସଂଘର ଉନ୍ନତିମୂଳକ କାର୍ଯ୍ୟ ନେଇ ଆଲୋଚନା ହୋଇଥିଲା। ସଂଘର ସଭାପତି ପଞ୍ଚାନନ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘର ଉପସଭାପତି ସୀମାଞ୍ଚଳ ପୂଜାରୀ, ସମ୍ପାଦକ ସୁମନ ପଟ୍ଟନାୟକ, ସହ ସମ୍ପାଦକ ଅଂଶୁମାନ ପଣ୍ଡା, କୋଷାଧ୍ୟକ୍ଷ ପିଣ୍ଟୁ ପ୍ରଧାନ, ବରିଷ୍ଠ ସମ୍ବାଦିକ ଗଣେଶ ବିଷୋୟୀ, ଉପଦେଷ୍ଠା ଲକ୍ଷ୍ମଣ ଚୌଧୁରୀ, ବାବୁଲା ସେଠୀ, ବିମଳ ମଳିକ, ମୋଜେଶରଇତ ,ବର୍ଷାରାଣୀ ମହାଙ୍କୁଡ଼, ମୁକ୍ତିମଣ୍ଡପ ଦଣ୍ଡସେନାଙ୍କ ସମେତ ସଂଘର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ।

author

Related Articles

Leave a Reply

Your email address will not be published. Required fields are marked *