ଗଜପତି:ମୋହନା
ଆଜି ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ l ବିଦ୍ୟୁତ ସର୍ଟ ସର୍କିଟରୁ ଘଟିଛି ଅଗ୍ନିକାଣ୍ଡ । ଗଜପତି ଜ଼ିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ପୂର୍ବାହ୍ନ ପ୍ରାୟ ୭ଟାରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅସ୍ତ୍ରୋପଚାର ଗୃହରେ ଥିବା ଅଟୋକ୍କେଭ ମେସିନ ଓ ଗର୍ଜକପଡାରେ ନିଆଁ ଲାଗିଯାଇଥିଲା l ଏହା ଦେଖି ରାତ୍ରକାଳୀନ ଦାୟିତ୍ଵର ରହିଥିବା ଷ୍ଟାପ ନର୍ସ ତପସ୍ଵିନୀ ନାୟକ ଡାକ୍ତର ଶିବରାମ ରାଓଙ୍କୁ ଖବର ଦେବାରୁ ସେ ସଙ୍ଗେ ସଙ୍ଗେ କେନ୍ଦ୍ରରେ ପହଞ୍ଚି ରୋଗୀମାନଙ୍କୁ ପଦାକୁ ବାହାର କରିବା ସହିତ ଅସ୍ତ୍ରୋପଚାର ଗୃହକୁ ଯାଇ ଉପସ୍ଥିତ ବୁଦ୍ଧି ଖଟାଇ ସେଠାରୁ ଗ୍ୟାସ ସିଲିଣ୍ଡରଟିକୁ ପଦାକୁ ନେଇ ଆସିଥିଲେ ଓ ନିଆଁ ଲିଭା ଯନ୍ତ୍ର ସାହାର୍ଯ୍ୟରେ ନିଆଁକୁ କିଛି ମାତ୍ରାରେ ଆୟତ୍ତ କରିଥିଲେ। ଖବର ପାଇ ମୋହନା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।