ଭାଷଣ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ପଛପଟୁ ଉଠି ପଳାଇଲେ ମହିଳା . ଥରେ ଦେଖନ୍ତୁ ଏଦୃଶ୍ୟକୁ ଯେଉଁଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡିଜିଟାଲ ମୋଡରେ ଭାଷଣ ଦେଉଛନ୍ତି କିନ୍ତୁ ତାଙ୍କୁ ଶୁଣିବାକୁ ମାତ୍ର ଲୋକ ଚାରି ପାଚଂଜଣ ବସିରହିଛନ୍ତି .ଆଉ ତାଙ୍କ ପଛରେ ଚେୟାର ଖାଲି ପଡ଼ିଛି . ଆଉ କିଛି ମହିଳା ସେଠାରେ ପଛ ପଟରୁ ଉଠି ପଳାଉଥିବା ଦେଖିବାକୁ ମିଳିଛି . ଏହା ସରକାରଙ୍କ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଯାହାକି ବିଭିନ୍ନ ବ୍ଲକରେ ଅୟୋଜିତ ହୋଇଥିଲା . ସରକାରଙ୍କ ତରଫରୁ ବିଭିନ୍ନ ଜାଗାରେ ଏହି ପରି ଟେଣ୍ଟ ବନ୍ଧା ହୋଇ ଯୋଜନାର ଶୁଭାରମ୍ଭ କରାଯାଇଥିଲା . ଆଉ ମୁଖ୍ୟମନ୍ତ୍ରୀ ଡିଜିଟାଲ ମୋଡରେ ଭାଷଣ ଦେଉଥିଲେ . ଯାହାକୁ ଶୁଣିବାକୁ ଯେମିତି କାହାର ଇଛା ଖାଲି ଚେୟାର ଫାଙ୍କା ପଡ଼ିଥିଲା . ଏହା କେଉଁସ୍ଥାନର ଭିଡ଼ିଓ ଜଣାନଥିବା ବେଳେ ଭିଓିଡ଼ିଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି .
ତେବେ ପୂର୍ବସରକାର ସମୟରେ ନବୀନ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ଶୁଭାରମ୍ଭ କରିଥିଲେ . ଯେଉଁଥିରେ ଗ୍ରାମଂଚଳର ବିକାଶ ପାଇଁ ବିଭିନ୍ନ ଯୋଜନା ମାନ ରହିଥିଲା .ରାଜ୍ୟରେ ବିଜେପି ସରକାର ଆସିବା ପରେ ଓଡ଼ିଶାରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ . ଖୋର୍ଦ୍ଧାର ଜଙ୍କିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଥିଲେ . ରାଜ୍ୟର ଗ୍ରାମାଂଚଳର ସାମଗ୍ରିକ ବିକାଶ ପାଇଁ ଏହି ଯୋଜନାରେ ଲକ୍ଷ୍ୟ ରଖାଯାଇଥିଲା .
ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଗ୍ରାମାଂଚଳରେ ମୈାଳିକ ଭିତିଭୂମିର ବିକାଶ ପାଇଁ ଆଗାମୀ ୫ ବର୍ଷ ରୋଡ ମ୍ୟାପ ପ୍ରସ୍ତୁତ ହେବ .ଗାଁରେ ଶିକ୍ଷା ,କ୍ରୀଡ଼ା ,ଗମନାଗମନ ,କ୍ଷୁଦ୍ର ପର୍ଯ୍ୟଟନ ଭିତିଭୁମି ବିକାଶ ସହ ସାଂସ୍କୃତିକ କେନ୍ଦ୍ର ,କଲ୍ୟାଣ ମଣ୍ଡପ ଓ କମ୍ୟୁନିଟି ସେଣ୍ଟର ଭଳି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଏଥିରେ ନିର୍ମାଣ କରାଯିବ . ରାଜ୍ୟ ସରକାର ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ନିର୍ମାଣ ପାଇଁ ପରିକଳ୍ପନା କରିଛନ୍ତି .ଏହାକୁ ସାକାର ରୂପ ଦେବା ନିମନ୍ତେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ଏକ ଗୁରୁତ୍ୱପର୍ଣ୍ଣ ମାଧମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ .