ମୋହନ ନେଲେ ପରୀକ୍ଷା..ଫେଲ ହୋଇଗଲେ ପ୍ରଦୀପ-ଅପରାଜିତା !

ମୋହନ ନେଲେ ପରୀକ୍ଷା..ଫେଲ ହୋଇଗଲେ ପ୍ରଦୀପ-ଅପରାଜିତା !

ବିଜେପିରୁ ସାଇଡଲାଇନ ହେଉଛନ୍ତି ଜଣେ ପରେ ଜଣେ ନେତା । ବରିଷ୍ଠ ନେତାଙ୍କ ପରେ ଏବେ ପଡିଛି ସାଂସଦମାନଙ୍କ ପାଳି । ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ମ୍ୟାଡାମଙ୍କୁ ନେଇ ରାଜ୍ୟ ରାଜନୀତିରେ ଜୋର ଚର୍ଚ୍ଚା ଧରିଥିଲା । ବିଜେପିର କୌଣସି କାର୍ଯ୍ୟକ୍ରମରେ ନଜର ନଆସିବା ଏବଂ ଦଳରେ କୋଣଠେସା ହୋଇ ରହିବା ଚର୍ଚ୍ଚା ବଢାଇଥିଲା । ନିଜର କିଛି ଖାସ ବ୍ୟକ୍ତିତ୍ୱଙ୍କ ସହିତ ସାଂସଦ ମ୍ୟାଡାମ ନିଜର ଜନସମ୍ପର୍କ ବୃଦ୍ଧି କରୁଛନ୍ତି । ହେଲେ ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ ଅନ୍ୟ ମନ୍ତ୍ରୀ ମାନଙ୍କ ସହିତ ନଜର ନ ଆସିବା ରାଜ୍ୟରାଜନୀତିରେ ହଇଚଇ ସୃଷ୍ଟି କରିଥିଲା ।

ହଁ ଆଜ୍ଞା ଧୀରେ ଧୀରେ ଭାରତୀୟ ଜନତା ପାର୍ଟିରେ ବୃଦ୍ଧି ହେଉଥିବା ଦଳୀୟ କନ୍ଦଳ ଏବେ ଉଗ୍ର ରୂପ ଧାରଣ କରୁଛି । କାହିଁକିନା ଭୁବନେଶ୍ୱର ସାଂସଦଙ୍କ ପରେ ଏବେ ପଡିଛି ବ୍ରହ୍ମପୁର ସାଂସଦଙ୍କ ପାଳି । ଦଳରୁ ସାଇଡଲାଇନ ହେବାରେ ଲାଗିଛନ୍ତି ପ୍ରଦୀପ ପାଣିଗ୍ରାହୀ । ନିକଟରେ ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ କରିଛନ୍ତି ମୋହନ ସରକାର । ଦକ୍ଷିଣ ଓଡିଶାର ବିକାଶ ପାଇଁ ମୋହନ ଯେଉଁ କମିଟି ଗଠନ କଲେ ସେଥିରେ ନାହାନ୍ତି ଦକ୍ଷିଣ ଓଡିଶାର ପାୱାରଫୁଲ ନେତା ପ୍ରଦୀପ ପାଣିଗ୍ରାହୀ । ପଦ୍ମ ଧରୁ ଧରୁ ବିଧାୟକରୁ ସାଂସଦ ହେଲେ ଓଡିଶାରୁ ଯାଇ ଦିଲ୍ଲୀରେ ବସିଲେ । ହେଲେ ଏବେ ଯେତେବେଳେ ଦକ୍ଷିଣ ଓଡିଶାର ବିକାଶ ଦିଗରେ ସରକାର ଏତେ ବଡ ପଦକ୍ଷେପ ନେଇଛନ୍ତି ସେଥିରେ କାହିଁକି ନାହାନ୍ତି ପ୍ରଦୀପ ପାଣିଗ୍ରାହୀ । ଯାହାକୁ ନେଇ ଏବେ ଏପରି କିଛି ରାଜନୀତି ମୁଣ୍ଡ ଟେକିଛି ।

ଭାରତୀୟ ଜନତା ପାର୍ଟି ସରକାର ଗଢିବାରେ ଏହି ହେଭିୱେଟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି କିନ୍ତୁ ଗୋଷ୍ଠୀକନ୍ଦଳ ପାଇଁ ଏହି ଦୁହେଁ ଏବେ ବିଜେପିରୁ କୋଣଠେସା ହେଉଛନ୍ତି । ତେବେ ଚର୍ଚ୍ଚା ଦୁଇ ପାୱାରଫୁଲ ନେତାଙ୍କୁ ପାୱାରଲେସ କରିବାକୁ ଚାଲିଛି କି ଷଡଯନ୍ତ୍ର ? କାହିଁକି ମୋହନଙ୍କ ପ୍ରିୟଭାଜନ ହେଉପାରୁନାହାନ୍ତି ଏହି ଦୁଇ ହେଭିୱେଟ ? ଏହିଭଳି ଅନେକ ପ୍ରଶ୍ନ ଉଙ୍କିମାରୁଥିବା ବେଳେ ଏହି ଦୁଇ ସାଂସଦଙ୍କୁ ନେଇ ରାଜ୍ୟ ରାଜନୀତିରେ ଆଗକୁ କେଉଁ ମୋଡ ଆସୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *