ମୋହନ ବଢାଇଲେ ଅଡୁଆ ରାସ୍ତାରେ ଅପଦସ୍ତ ହେଲେ ମୁକେଶ

ମୋହନ ବଢାଇଲେ ଅଡୁଆ ରାସ୍ତାରେ ଅପଦସ୍ତ ହେଲେ ମୁକେଶ

ଜନତାଙ୍କ ଅସନ୍ତୋଷ ବଢାଇଲା ଆୟୁଷ୍ମାନ କାର୍ଡ
ନବୀନଙ୍କୁ ଥଟ୍ଟା କରୁଥିଲେ ଏବେ ନିଜେ ଭୋଗିଲେ
ବାହାସ୍ପଟ ମାରୁଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ହେଲେ ଅପଦସ୍ତ
ଖୋଜା ପଡିଲେ ନବୀନ ମୋହନଙ୍କୁ ଛିଃ ଛାକର କଲେ ଲୋକେ

ସରକାର ଆୟୁଷ୍ମାନ କାର୍ଡ ବାଣ୍ଟିଲେନି ଯେ ନିଜକୁ ନିଜେ ଅଡୁଆରେ ଛନ୍ଦିଲେ । ଆୟୁଷ୍ମାନ କାର୍ଡକୁ ନେଇ ସାଧାରଣରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଆୟୁଷ୍ମାନ କାର୍ଡରେ ପୁଳା ପୁଳା ସମସ୍ୟା ଦେଖାଯାଉଛି । ନବୀନଙ୍କ ଲୋକଭିମୁଖୀ ଯୋଜନା ବିଏସକେୱାଇ କାର୍ଡକୁ ନେଇ ବିଜେପି ନେତାମାନେ ନବୀନଙ୍କୁ ଟ୍ରୋଲ କରୁଥିଲେ । କିନ୍ତୁ ଆୟୁଷ୍ମାନ କାର୍ଡ ନାଁରେ ଆସୁଛି ମାଳ ମାଳ ଅଭିଯୋଗ । ଏପ୍ରିଲ 11 ତାରିଖରେ ଆୟୁଷ୍ମାନ କାର୍ଡର ଶୁଭାରମ୍ଭ କରାଯାଇଥିଲା । କିନ୍ତୁ ମାତ୍ର ଦୁଇ ସପ୍ତାହ ପରେ ଏହାକୁ ନେଇ ବୃଦ୍ଧି ପାଇଛି ଜନଅସନ୍ତୋଷ ।

ହସ୍ପିଟାଲ ଡାକ୍ତରଙ୍କ ଠାରୁ ଆରମ୍ଭ କରି ରୋଗୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ବିଭିନ୍ନ ମହଲରୁ ଏହାକୁ ନିନ୍ଦା ମଧ୍ୟ କରାଗଲାଣି । ରୋଗୀଙ୍କ ଓଟିପିରେ ସମସ୍ୟା ସୃଷ୍ଟି ହେଉଛି,ସର୍ଭର ଡାଉନ ଯୋଗୁଁ ରୋଗୀ ପଞ୍ଜୀକରଣ ଓ ଆବଶ୍ୟକ କାଗଜପତ୍ର ଦିଆଯାଇପାରୁନାହିଁ । ଖାଲି ସେତିକି ନୁହେଁ ବରଂ ପ୍ୟାକେଜ ଗୁଡିକର ଦର କମ ରହିଛି । ଯାହାଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି । ଯାହା ମୋହନ ସରକାରଙ୍କ ବିଫଳତାକୁ ପଦାରେ ପକାଇଛି ।

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପୂର୍ବ ସରକାରଙ୍କୁ ସମାଲୋଚନା କରି ବାହାସ୍ପଟ ମାରୁଥିଲେ କିନ୍ତୁ ଆୟୁଷ୍ମାନ ଯୋଜନା ପାଇଁ ଏବେ ନିଜେ ଅପଦସ୍ତ ହେଉଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ବିଏସକେୱାଇ କାର୍ଡକୁ ନେଇ ବିଜେପି ନେତାମାନେ ସମାଲୋଚନା କରୁଥିଲେ କିନ୍ତୁ ଏବେ ନିଜ ଯୋଜନା ଫେଲ ମାରିଛି । ମାତ୍ର ଦୁଇ ସପ୍ତାହ ମଧ୍ୟରେ ଲୋକମାନେ ନୟାନ୍ତ ହେଲେଣି ହସ୍ପିଟାଲରେ ନାନା ସମସ୍ୟା ଦେଖାଯାଉଛି । ମୋହନ ସରକାର ନିଜର ଯୋଜନାକୁ ସଠିକ ଭାବରେ ପରିଚାଳିତ କରିପାରୁନାହାନ୍ତି ବୋଲି ଅଭିଯୋଗ ହେଲାଣି । ଗୋଟିଏ ପଟେ ନିଜ ଦଳର କନ୍ଦଳ ପାଇଁ ବାରମ୍ୱାର ମୁଖ୍ୟମନ୍ତ୍ରୀ ହଟ୍ଟହଟ୍ଟା ହେଉଥିବା ବେଳେ ଆୟୁଷ୍ମାନ କାର୍ଡ ମୋହନଙ୍କ ଅଡୁଆ ବଢାଇଛି । ତେବେ ଆୟୁଷ୍ମାନ କାର୍ଡକୁ ନେଇ ସୃଷ୍ଟି ହେଉଥିବା ଦ୍ୱନ୍ଦ୍ୱ କେବେ ଦୂର କରୁଛି ସ୍ୱାସ୍ଥ୍ୟ ବିଭାଗ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *