ମୋହନ ମାଝୀଙ୍କ ପାଖକୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମୋହନ ମାଝୀଙ୍କ ପାଖକୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖକୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ . ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି . ଚିଠିରେ କହିଲେ ବହୁତ ଗୁରୁତ୍ୱ ପୂର୍ଣ୍ଣ କଥା . ଯାହାକୁ ପଢ଼ିବା ପରେ ଲୋକେ କହୁଛନ୍ତି ବିଜେପି ସରକାରର ଅସଲ ଅପାରଗତାର ମୁଖା ଖୋଲିଦେଲେ ତାଙ୍କ ନିଜ ଦଳର ସାଂସଦ . ନବୀନ ସେବା ଯୋଗାଇଥିଲେ ହେଲେ ଏ ସରକାର ବନ୍ଦ କରିଦେବେ ଭାବିଥିଲେ କିନ୍ତୁ ତାଙ୍କ ନେତା ଆଜି ତାଙ୍କ ସରକାରର ମୁଖା ଖୋଲିଦେଇଛନ୍ତି .ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପାଖକୁ ଏକ ଚିଠି ଲେଖିଥିବା ଜଣାପଡ଼ିଛି . ଏହାକୁ ନେଇ ଧର୍ମେନ୍ଦ୍ର ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ଏକ ପୋଷ୍ଟ କରିଛନ୍ତି .
ଯେଉଁଥିରେ ଧର୍ମେନ୍ଦ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପତ୍ର ଲେଖଛନ୍ତି . ବୈାଦ୍ଧ ଜିଲ୍ଲାର କଂଟାମାଳରୁ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଦେଇ ପୁରୀ ପର୍ଯ୍ୟନ୍ତ ଚଳାଚଳ କରୁଥିବା ଓଏସଆରଟିସି ବସସେବାକୁ ପୁନର୍ବାର ଆରମ୍ଭ କରିବା ପାଇଁ ଅନୁରୋଧ କରିଛନ୍ତି . ଗତ ଜାନୁଆରୀ ୨୮ରୁ ଏହି ବସସେବା ବନ୍ଦ ହୋଇଯାଇଥିବାରୁ ଭୁବନେଶ୍ୱର କଟକ ଓ ପୁରୀ ଯିବା ପାଇଁ ସ୍ଥାନୀୟ ଅଧିବାସୀ ଓ ଛାତ୍ରଛାତ୍ରୀଙ୍କୁ ବହୁତ ହଇରାଣ ସମ୍ମୁଖିନ ହେବାକୁ ପଡ଼ୁଛି . ସ୍ଥାନୀୟ ନାଗରିକଙ୍କ ଯାତାୟତ ସୁବିଧାକୁ ଦୃଷ୍ଟିରେ ରଖି ଏହି ବସ୍ ସେବାକୁ ପୁନଃ ଚଳାଚଳ କରିବା ପାଇଁ ଧର୍ମେନ୍ଦ୍ର ନିବେଦନ କରିଛନ୍ତି .

author

Related Articles

Leave a Reply

Your email address will not be published. Required fields are marked *