ମୋହନ-ମୋଦିଙ୍କୁ ଘାରିଲାଣି ଆମଦାନୀ ନେତାଙ୍କ ଟେନସନ !

ମୋହନ-ମୋଦିଙ୍କୁ ଘାରିଲାଣି ଆମଦାନୀ ନେତାଙ୍କ ଟେନସନ !

ଚାହୁଁ ଚାହୁଁ ରାଜ୍ୟରେ ମୋହନ ସରକାରଙ୍କୁ ଏକ ବର୍ଷ ପୂରଣ ହେବାକୁ ଯାଉଛି । ଆଉ ଦିନ କେଇଟା ପରେ ଏକ ବର୍ଷ ପୂର୍ତି ପାଳନ କରିବେ ମୋହନ ସରକାର । କିନ୍ତୁ ଏକ ବର୍ଷ ଭିତରେ ବି ନା ଅଧାଗଢା ମନ୍ତ୍ରୀ ମଣ୍ଡଳ ପୂରଣ ହୋଇପାରିଲା ନା ଗତ ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ନେତାଙ୍କୁ ଥଇଥାନ କରାଯାଇପାରିଲା । ସେମାନଙ୍କ ମଧ୍ୟରେ ଆମଦାନୀ ନେତା ବି ସାମିଲ ଅଛନ୍ତି । ଗତ ନିର୍ବାଚନରେ ବିଜେପି ଜିତିବାରେ ଆମଦାନୀ ନେତାଙ୍କ ଭୂମିକା ଅଧିକ ଗୁରୁତ୍ୱ ବହନ କରିଥିଲା । କିନ୍ତୁ ଏବେ ଯାଏଁ ସେମାନଙ୍କୁ ବି ଥଇଥାନ କରିପାରିଲେନି ମୋହନ ସରକାର । ଜିତିଥିବା ଆମଦାନୀ ନେତାମାନେ ନିଜ ନିଜ କାଯ୍ୟ କରୁଥିବା ବେଳେ ହାରିଥିବା ନେତା କିନ୍ତୁ ନିଜ ଅଞ୍ଚଳରେ ହିଁ ସୀମିତ ରହିଛନ୍ତି । ଏହାକୁ ନେଇ ଦଳରେ ଅସନ୍ତୋଷର ନିଆଁ କୁହୁଳି ଚାଲିଛି । ତେବେ ଯଦି ଏପରି ହୁଏ ତେବେ ଆଗକୁ ଆସୁଥିବା ନିର୍ବାଚନ ଗୁଡିକରେ ବିଜେପିକୁ ଲସ୍ ସହିବାକୁ ପଡିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଅନ୍ୟପଟେ ପ୍ରାୟ ଏକ ବର୍ଷ ହେବ ନିଗମ ଏବଂ ବୋର୍ଡ ଅଧ୍ୟକ୍ଷପଦ ଖାଲି ପଡିଛି । ସେହିପରି ଯେଉଁ ମନ୍ତ୍ରୀ ମାନେ ମୋହନଙ୍କ କ୍ୟାବିନେଟରେ ସ୍ଥାନିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ମନ୍ତ୍ରୀଙ୍କ ପାଖରେ ଦୁଇ ରୁ ଅଧିକ ବିଭାଗ ରହିଛି । ଫଳରେ କାମରେ ବାଧା ଉପୁଜିବା ସହ ମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବା ନେତା ମଧ୍ୟ ବାରମ୍ବାର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । କିନ୍ତୁ ଏହାର ସମାଧାନ ହୋଇପାରୁନି । ତେବେ ଦେଖାଯାଉ ମୋହନ ସରକାରଙ୍କ ଏକ ବର୍ଷ ପୂର୍ତି ପରେ ଏହି ସବୁ ସମସ୍ୟାର ସମାଧାନ ବାହାରୁଛି ନା ପୁଣି ନେତାଙ୍କୁ ଅପେକ୍ଷା କରିବାକୁ ପଡୁଛି ତା ଉପରେ ରହିଛି ସମସ୍ତଙ୍କ ନଜର ।

author

Related Articles

Leave a Reply

Your email address will not be published. Required fields are marked *