ରାଜ୍ୟରେ ବିଜେପି ସରକାରକୁ ପୂରିଲା ଛଅମାସ । ନୂଆ ସରକାରଙ୍କୁ ନେଇ ବଢୁଛି ସାଧାରଣ ଜନତାଙ୍କ ଆଶା । ଓଡିଶାର ନୂତନ ବିକାଶ ଦିଗରେ କାର୍ଯ୍ୟ କରିବେ ମୋହନଙ୍କ ସରକାର । କଥା ଦେଇ କଥା ରଖିବେ ନୂଆ ଓଡିଶା ଗଢିବେ । ହଁ ଆଜ୍ଞା ନୂଆ ସରକାରଙ୍କ ଉପରେ ଏଭଳି କିଛି ଆଶା ରଖିଛନ୍ତି ଓଡିଶାବାସୀ । ରାଜ୍ୟରେ ବିଜେପି ସରକାରକୁ ଛଅମାସ ପୂର୍ଣ୍ଣ ହୋଇଥିବା ବେଳେ ନିର୍ବାଚନ ସମୟରେ ଯେଉଁ ପ୍ରତିଶ୍ରୁତି ଦେଇଥିଲା ଭାରତୀୟ ଜନତା ପାର୍ଟି ସରକାର ତାହାକୁ ନେଇ ନାନା ପ୍ରଶ୍ନ ଉଠିଲାଣି । ଏବେ ବି ଗଦା ଗଦା ପ୍ରତିଶ୍ରୁତିର ପାହାଡ ଉପରେ ଛିଡା ହୋଇଛି ମୋହନଙ୍କ ସରକାର ।
ଠିକ ଛଅମାସ ତଳେ ଜୁନ 12 ତାରିଖରେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ଏକାକୀ ସରକାର ଗଢିଲା । ଆଉ ଏହି ଛଅମାସ ଭିତରେ ମୋହନ ସରକାର ଅନେକ ପ୍ରତିଶ୍ରୁତି ପୂରଣ କରିଛି । ପ୍ରତ୍ୟୋକ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ପଚାଶ ହଜାର, ଧାନ କିଣ୍ଟାଲ ପିଛା 3100 ଟଙ୍କା,ରତ୍ନଭଣ୍ଡାର ସହିତ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ଏହି ପ୍ରତିଶ୍ରୁତି ପୂରଣ କରିଥିବା ବେଳେ ଅନ୍ୟପଟେ ଓଡିଶାରେ ଡବଲ ଇଞ୍ଜିନ ସରକାର ହେବା ପରେ ଓଡିଶାରେ ପ୍ରଥମ ଥର ପାଇଁ ନୌସେନା ଦିବସ ଓ ଡିଜି ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଆଉ କିଛି ପ୍ରତିଶ୍ରୁତି ଏବେ ବି କାର୍ଯ୍ୟକ୍ଷମ ହୋଇପାରିନାହିଁ । ଯାହା ପାଣିର ଗାର ହୋଇ ରହିଯାଇଛି ।
ଏହାରି ଭିତରେ ରାଜ୍ୟରେ ବେଲଗାମ ହୋଇଛି ଦରଦାମ ବୃଦ୍ଧି । ଯାହା ସାଧାରଣ ଲୋକଙ୍କ ଚିନ୍ତା ବଢାଇବା ମୋହନ ସରକାରଙ୍କୁ ଅଣନିଶ୍ୱାସୀ କରିଛି । କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଚିଟଫଣ୍ଡ ଟଙ୍କା ଫେରସ୍ତ, ତିନି ହଜାର ଟଙ୍କା ଭତ୍ତା ପ୍ରଦାନ,ଆୟୁଷ୍ମାନ ଭାରତ ଯୋଜନା ଲାଗୁ ଏବେ ବି ଝୁଲି ରହିଛି । ଯାହାକୁ ନେଇ ଛଅମାସର ସରକାରଙ୍କୁ ଘେରିଛି ବିରୋଧି । ଛଅମାସରେ ଓଡିଶା ପାଇଁ କିଛି କରିନାହାନ୍ତି କେବଳ ଋଣ କରିଛନ୍ତି କହି ବର୍ଷିଛି ବିରୋଧି ବିଜେଡି । ତେବେ ଛଅମାସରେ ସରକାର ହରଡଘଣାରେ ପଡିଥିବା ଆଗାମୀ ସାଢେ ଚାରିବର୍ଷ ପର୍ଯ୍ୟନ୍ତ ନିଜର ପ୍ରତିଶ୍ରୁତି ପାଳନ ଦିଗରେ ଏବଂ ରାଜ୍ୟବାସୀଙ୍କ ବିଶ୍ୱାସ ଜିତି ନବୀନଙ୍କ ପରି ଲୋକପ୍ରିୟତା ହାସ କରିପାରୁଛନ୍ତି କି ନାହିଁ ।