ଓଡିଆ ଅସ୍ମିତାକୁ ନେଇ ହରଡଘଣାରେ ପଡିଲା ଭାରତୀୟ ଜନତା ପାର୍ଟୀ । ବିଜେପି ମନ୍ତ୍ରୀଙ୍କ ଓଡିଆ ଜ୍ଞାନକୁ ନେଇ ରାଜନୀତିରେ ଉଠିଲା ପ୍ରଶ୍ନ । ନିର୍ବାଚନ ପୂର୍ବରୁ ଓଡିଆ ଅସ୍ମିତା କଥା କହି ବିଜେପି ରାଜ୍ୟରେ ଡିଣ୍ଡିମ ପିଟୁଥିଲା । କିନ୍ତୁ ନିର୍ବାଚନ ପରେ ଓଡିଆ ଅସ୍ମିତାକୁ ଭୁଲି ଯାଇଥିବା ଅନେକ ଉଦାହରଣ ଦେଖିବାକୁ ମିଳିଛି । ପ୍ରଥମେ ଜଣେ ଓଡିଆ ଅଫିସରଙ୍କୁ ମାଡ ମାରିବା ଘଟଣାରେ ବିଜେପିର ନୀରବତା ପରେ ରାଜସ୍ୱ ମନ୍ତ୍ରୀଙ୍କ ଭାରତ ମାତାକୁ ଡାରତ ମାତା ଲେଖିବା ଆଉ ଏବେ ତ୍ରିରଙ୍ଗାକୁୁ ତିରଙ୍ଗା ଲେଖିବା । ଏହି ସବୁରୁ ବିଜେପିର ଓଡିଆ ଜ୍ଞାନ କେତେ ଭଲ ତାହା ସ୍ପଷ୍ଟ ହୋଇପଡୁଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ସ୍ୱାଧୀନତା ଦିବସ ପାଇଁ ରାଜ୍ୟରେ ହରଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି । ଆଉ ଏହି ଅଭିଯାନ ଅନ୍ତର୍ଗତ ହରଘର ତ୍ରିରଙ୍ଗା ଦସ୍ତଖତ ଅଭିଯାନ ବିଜେପି ପକ୍ଷରୁ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଦସ୍ତଖତ ବ୍ୟାନରରେ ତ୍ରିରଙ୍ଗା ପରିବର୍ତେ ତିରଙ୍ଗା ଲେଖାଯାଇଥିଲା । ଯାହାକୁ ନେଇ ଏବେ ବିଜେପିର ଓଡିଆ ଅସ୍ମିତା ଉପରକୁ ଆଙ୍ଗୁଠି ଉଠିଛି । ଏବଂ ବିଜେପିକୁ ସାଧାରଣ ଲୋକେ ସମାଲୋଚନା କରୁଛନ୍ତି ।

You can share this post!
author