ମୋହନ ସରକାରଙ୍କ ପାରିବା ପଣିଆଙ୍କୁ ନେଇ ଉଠିଲା ପ୍ରଶ୍ନ

ମୋହନ ସରକାରଙ୍କ ପାରିବା ପଣିଆଙ୍କୁ ନେଇ ଉଠିଲା ପ୍ରଶ୍ନ

ଓଡିଆ ଅସ୍ମିତାକୁ ଅସ୍ତ୍ର କରି ନିର୍ବାଚନ ବୈତରଣୀ ପାର କରିଥିବା ଭାରତୀୟ ଜନତା ପାର୍ଟିର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବେ ଅଡୁଆରେ ପଡିଯାଇଛନ୍ତି । ହଁ ଆଜ୍ଞା ପୂର୍ବର ମୁଖ୍ୟମନ୍ତ୍ରୀ ଓଡିଆ କହିପାରୁ ନଥିଲେ ଆଉ ଏବେ ର ମୁଖ୍ୟମନ୍ତ୍ରୀ ହିନ୍ଦୀ ଓ ଇଂରାଜୀ କହିପାରୁନଥିବା ନେଇ ଏବେ ସବୁଆଡେ ଚର୍ଚ୍ଚା । ମୋହନଙ୍କ ପାରିବା ପଣିଆଙ୍କୁ ନେଇ ଉଠିଲା ପ୍ରଶ୍ନ । ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କେମିତି ଶାସନ କରିବେ ମୋହନ ସେ ନେଇ ଏବେ ସୋସିଆଲ ମିଡିଠୁ ବିରୋଧି ଶିବିର ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚା । ଓଡିଶାରେ ସରକାରଙ୍କ ରାସ୍ତାରେ ଭାଷା ସାଜୁଛି ବାଧକ । ଚଳିତ ସାଧାରଣ ନିର୍ବାଚନରେ ଦୀର୍ଘ ବର୍ଷର ସରକାରର ପତନ ଘଟିଛି । ନବୀନ ଯୁଗର ଅନ୍ତ ଘଟିଛି ଏବଂ ମୋହନ ଯୁଗର ଆରମ୍ଭ ହୋଇଯାଇଛି । ହେଲେ ସରକାର ଗଠନ କରିବା ପରେ ମୋହନ ମାଝୀଙ୍କୁ ବିଭିନ୍ନ ପ୍ରଶ୍ନ ବାଣରେ ଘେରୁଛନ୍ତି ବିରୋଧି ଦଳର ନେତା । ଲକ୍ଷ୍ମୀ ବସର ଓ ରଙ୍ଗ ପରିବର୍ତ୍ତନକୁ ନେଇ ସରକାରଙ୍କୁ ଘେରୁଛି ବିରୋଧି ବିଜୁ ଜନତା ଦଳ । ରାଜ୍ୟରେ ପୂର୍ବର ସରକାରଙ୍କ ସବୁ ଯୋଜନାକୁ ମୋହନ ସରକାର ନିଜର କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ ହେଉଛି । ଓଡିଆ ଅସ୍ମିତାର ନାରା ଦେଉଥିବା ବିଜେପି ସରକାର ଏବେ ନିଜ ଚକ୍ରବ୍ୟୁହରେ ନିଜେ ଫସିଯାଇଛି । ବିଭିନ୍ନ ଜିଲ୍ଲା ଗସ୍ତ କରି ଗଣମାଧ୍ୟମକୁ ବିଭିନ୍ନ ପ୍ରତିକ୍ରିୟା ଦେଉଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ହିନ୍ଦୀ ଆସୁନାହିଁ । ତେବେ ନିଜ ଜାଲରେ ନିଜେ ଫସିଥିବା ବିଜେପି ସରକାରକୁ ଆଗକୁ କେଉଁ କେଉଁ ଅସୁବିଧାର ସାମ୍ନା କରିବାକୁ ପଡୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *