ମୋହନ ସହିପାରିଲେନି ଦୁଃଖ ପ୍ରଭାତିଙ୍କୁ କହିଲେ ଯାଅ ….କାନ୍ଦିଲେ ଚାଷୀ ବୁଝାଇଲେ ପ୍ରଭାତି !

ମୋହନ ସହିପାରିଲେନି ଦୁଃଖ ପ୍ରଭାତିଙ୍କୁ କହିଲେ ଯାଅ ….କାନ୍ଦିଲେ ଚାଷୀ ବୁଝାଇଲେ ପ୍ରଭାତି !

ପ୍ରଭାତିଙ୍କ ଆଗରେ କାନ୍ଦି ଗଡିଲେ ଚାଷୀ ଆଖିରୁ ଲୁହ ପୋଛି ଆଶ୍ୱାସନା ଦେଲେ ଉପମୁଖ୍ୟମନ୍ତ୍ରୀ । ଅଦିନିଆ ବର୍ଷାରେ ଚାଷଜମି କ୍ଷୟକ୍ଷତି ଆକଳନ କରିବା ପାଇଁ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଗସ୍ତରେ ଯାଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଅଦିନିଆ ବର୍ଷା ଚାଷୀଙ୍କୁ ଯେଉଁ ଦୁଃଖ ଦେଇଯାଇଛି ତାହାର ଭରଣା କରିବା ପାଇଁ ସରକାର ନିଜର ଚେଷ୍ଟା ଚଳାଇଛନ୍ତି । 15 ଜଣ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି । ଗ୍ରାଉଣ୍ଡରେ ବୁଲି ସ୍ଥିତି ପରଖିବା ସହ ଲୋକଙ୍କ ସମସ୍ୟାର ସମଧାନ କରିବା ପାଇଁ ସରକାରଙ୍କ ଏଭଳି କିଛି ନିଷ୍ପତ୍ତି । ତେବେ ମୋହନଙ୍କ ନିର୍ଦ୍ଦେଶରେ ଭଦ୍ରକ ଧାଇଁଲେ ପ୍ରଭାତି ଏବଂ ନିଜେ ବିଲରେ ବୁଲିବା ସହିତ ଚାଷୀମାନଙ୍କ ସହିତ ଆଲୋଚନା କରିଛନ୍ତି । ସରକାର ଏ ଦିଗରେ ଉଚିତ ପଦକ୍ଷେପ ନେବେ ଏବଂ ଚାଷୀମାନେ କେବେବି ଅବହେଳିତ ରହିବେ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

କେବଳ ସେତିକି ନୁହେଁ ସରକାରଙ୍କ ଉପରେ ଭରସା ରଖନ୍ତୁ ଏବଂ ଏ ସରକାର ସବୁବେଳେ ଲୋକଙ୍କ ସହ ଅଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଆଶ୍ୱସନା ଦେଇଛନ୍ତି । କେବଳ ଉପମୁଖ୍ୟମନ୍ତ୍ରୀ ନୁହଁନ୍ତି ବରଂ ସମସ୍ତ ମନ୍ତ୍ରୀମାନେ ଜିଲ୍ଲା ବୁଲି ଗ୍ରାଉଣ୍ଡ ଜିରୋରୁ ଚାଷୀ ଜମିର ସ୍ଥିତି ପରଖିବା ସହ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛନ୍ତି । ସେପଟେ ଚାଷ ଜମିରେ ବୁଡି ନଷ୍ଟ ହୋଇଯାଇଥିବା ଧାନକେଣ୍ଡାକୁ ଧରି ବାହୁନି ବାହୁନି କାନ୍ଦୁଛି ଚାଷୀ । କେବେ ମିଳିବ କ୍ଷତିପୂରଣ ? କେମିତି କରିବେ ପରିବାର ପ୍ରତିପୋଷଣ ? ସରକାର ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ ହେଉଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *