ମୋ କାମର କ୍ରେଡିଟ ନେଉଛି ବିଜେପି…

ମୋ କାମର କ୍ରେଡିଟ ନେଉଛି ବିଜେପି…

ବିଧାନସଭାରେ ନବୀନଙ୍କ ଉଗ୍ର ରୂପ । ସମସ୍ତଙ୍କ ଆଗରେ ସିଧା ସିଧା ବିଜେପିକୁ ଦୋଷ ଦେଲେ ନବୀନ । ହଁ ଆଜ୍ଞା, ଆରମ୍ଭ ହୋଇଯାଇଛି ବିଧାନସଭାର ବଜେଟ ଅଧିବେଶନ । ପୁଣି ଥରେ ଗୋଟିଏ ଛାତ ତଳେ ଆମ୍ନା ସାମ୍ନା ହୋଇଛନ୍ତି ବିରୋଧୀ ଏବଂ ଶାସକ । ଆଉ ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉଗ୍ର ରୂପ ଦେଖି ସମସ୍ତେ ତାଜୁବ । ପୂର୍ବ ଅଧିବେଶନରେ ନବୀନ ଚୁପ ରହୁଥିବା ବେଳେ ଚଳିତ ଅଧିବେଶନରେ ନବୀନ ଆଉ ଚୁପ ରହିନାହାନ୍ତି । ୮ ମାସ ହେବ ବିଜେପି ଯେଉଁ ମିଛ କହୁଛି, କେବଳ ରଙ୍ଗ ଏବଂ ନାଁ ପରିବର୍ତନ କରି ଯେଉଁ ଡିଣ୍ଡିମ ପିଟୁଛି ତାର କଡା ଜବାବ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଣମାଧ୍ୟମ ଆଗରେ ବିଜେଡି ସରକାରର ସମସ୍ତ କ୍ରେଡିଟ ବିଜେପି ନେଉଥିବା ଅଭିଯୋଗ କରିଛନ୍ତି । ଆଉ ନବୀନଙ୍କ ଏ ରୂପ ଦେଖି ବିଜେପି ନେତାମାନେ ଟେନସନରେ ପଡିଯାଇଥିବା କୁହାଯାଉଛି ।
ବାଇଟ୍‌- ନବୀନ

ତେବେ ନବୀନ କହିଛନ୍ତି, ରାଜ୍ୟପାଳଙ୍କ ଅଭିଭାଷଣରେ ସରକାର କେବଳ ଶ୍ରେୟ ନେବାକୁ ଉଦ୍ୟମ କରିଛନ୍ତି । ପୂର୍ବ ବିଜେଡି ସରକାର ସଫଳତାର ଶ୍ରେୟ ନେବାକୁ ଉଦ୍ୟମ କରୁଛନ୍ତି ବିଜେପି ସରକାର । ହେଲେ ଏବେ ବି ଅନେକ ଦିଗ ରହିଛି ଯେଉଁଠି ବିଜେପି ସରକାର କାମ କରିବା ଉଚିତ୍ । ଅନେକ କିଛି କଥା ସେମାନେ ଉଠାଇ ନାହାନ୍ତି । ଅନେକ କିଛି ଦିଗ ଉପରେ ଧ୍ୟାନ ଦେବାର ଅଛି, ଯେଉଁଠି ସେମାନେ ଫେଲ ମାରିଛନ୍ତି, ହେଲେ ତାହା ବିଷୟରେ ଆଳୋଚନା କରିନାହାନ୍ତି । ସେ ଆଇନ ଶୃଙ୍ଖଳା ହେଉ କିମ୍ବା ଦରବୃଦ୍ଧି କି ବେକାରୀ ପ୍ରସଙ୍ଗ ଉପରେ କିଛି ମତ ରଖିନାହାନ୍ତି ବୋଲି କହି ସମାଲୋଚନା କରିଛନ୍ତି ନବୀନ ।

ତେବେ ଗୋଟିଏ ପଟେ ଆମେ ସରକାରକୁ ଆସିବାର ମାତ୍ର କିଛି ମାସ ହେଇଛି… ଆମକୁ ସମୟ ଦରକାର କହି ବିଜେପି ନେତାମାନେ ସବୁଥିରେ ବିଜେଡିକୁ ଦୋଷ ଦେଉଛନ୍ତି । କିନ୍ତୁ ଅନ୍ୟପଟେ ମାତ୍ର ୬-୭ ମାସରେ ଯାହା କହିଥିଲୁ ସେସବୁ ପୂରଣ କରିସାରିଲୁଣି ବୋଲି ଦମ୍ଭୋକ୍ତି ଦେଖାଉଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁଥିରୁ ବିଜେପିକୁ ହିଁ ଓଲଟା ସମାଲୋଚନା କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *