ମୋ ବସ୍ ରେ ଲାଗିଲା ନିଆଁ , ଝରକା କାଚ ଭାଙ୍ଗି ବାହାରିଲେ ଯାତ୍ରୀ

ମୋ ବସ୍ ରେ ଲାଗିଲା ନିଆଁ , ଝରକା କାଚ ଭାଙ୍ଗି ବାହାରିଲେ ଯାତ୍ରୀ

ମଝୀ ରାସ୍ତାରେ ମୋ ବସ୍ ରେ ଲାଗିଲା ନିଆଁ . ଝରକା କାଚ ଭାଙ୍ଗି ବାହାରିଲେ ଯାତ୍ରୀ . ଏତେ ଜୋର ଧୂଆଁ ବାହାରିଲା ଯେ ବସିଥିବା ଯାତ୍ରା ନିଶ୍ୱାସ ନେବା ମୁସକିଲ ହୋଇଗଲା . ତେବେ ପୁଣି ମୋ ବସରେ ଘଟିଛି ଅଘଟଣ . ପୁଣି ମୋ ବସରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି . ବସର ସେନ୍ସର ଗେଟ ନଖୋଲିବାରୁ ଯାତ୍ରୀ ଅଣନିଶ୍ୱାସୀ ହୋଇଯାଇଥିଲେ . ଏହାପରେ ଝରକା କାଚ ଭାଙ୍ଗି ଯାତ୍ରୀ ବାହାରକୁ ବାହାରିଥିଲେ . ଥରେ ଦେଖନ୍ତୁ ଏହି ଦୃଶ୍ୟକୁ କିପରି ମୋ ବସର କାଚ ପଟେ ପଦାକୁ ବାହାରୁଛନ୍ତି ଯାତ୍ରୀ . ସେପଟେ ବସ ଭିତରେ ପୁରା ଧୂଆଁରେ କିଛି ବି ଦିଶୁନି .

ତେବେ ଜଗତପୁର ଥାନା ଅଧୀନସ୍ଥ ବିରୂପା ବ୍ୟାରେଜ ନିକଟରେ ମୋ ବସରେ ଅଚାନକ ନିଆଁ ଲାଗିଯାଇଥିଲା . ଏପଟେ ସେହି ସମୟରେ ବସରେ ସେନ୍ସର ଗେଟରେ ଲକ ପଡ଼ିଯାଇ ଆଉ ଖୋଲିନଥିଲା . ଫଳରେ ବସ ଭିତରେ ଥିବା ସମସ୍ତ ଯାତ୍ରୀ ଅଣ ନିଃଶ୍ୱାସୀ ହୋଇପଡ଼ିଥିଲେ . ପରେ ଯାତ୍ରୀମାନେ ସୈାଭାଗ୍ୟବଶତଃ ଝରକା ବାଟେ ସୁରକ୍ଷିତ ବାହାରିଥିଲେ . ବସରୁ ପ୍ରବଳ ପରିମାଣର ଧୂଆଁ ବାହାରୁଥିବା ବେଳେ ଯାତ୍ରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଅଘଟଣ ପୂର୍ବରୁ ଏହାକୁ ଏଡ଼ାଇ ଦିଆଯାଇ ପାରିଛି . କିନ୍ତୁ ଲୋକଙ୍କ ମନରେ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ ପାଇଛି .

ତେବେ ଏଭଳି ବାରମ୍ବାର ଦୁର୍ଘଟଣା ଘଟିବା ପରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି . ଏବେ ରାସ୍ତାରେ ମୋ ବସକୁ ଦେଖିଲା ବେଳକୁ ଭୟ କରୁଛନ୍ତି ଲୋକେ . କେତେ ବେଳେ ଯେ ମୋ ବସ ତାଙ୍କ ଉପରେ ନ ଚଢ଼ିଯିବ କିଏ କହିବାରିବ . ଏମିତି ବି ବସରେ ଯାତ୍ରା କରୁଥିବା ସମୟରେ ବି ଲୋକଙ୍କ ମନରେ ଡରରହୁଛି . କି ସେମାନେ ସୁରକ୍ଷିତ ଯାତ୍ରା କରୁଛନ୍ତି ତ ?ତେବେ ଏହାକୁ ନେଇ ମୋହନ ସରକାରଙ୍କ ପାଖରେ ବିଭିନ୍ନ ମହଲରୁ ଦାବି କରାଯାଇଛି . କିବରି ମୋ ବସରେ ଦୁର୍ଘଟଣାକୁ ରେକାଯାଇପାରି ସେ ସେଇ ବ୍ୟବସ୍ଥା କରିବାକୁ ଲୋକ ଦାବି କରୁଛନ୍ତି .

author

Related Articles

Leave a Reply

Your email address will not be published. Required fields are marked *