ମ୍ୟାଚ ପୂର୍ବରୁ ପିଚର ପ୍ରସ୍ତୁତି

ମ୍ୟାଚ ପୂର୍ବରୁ ପିଚର ପ୍ରସ୍ତୁତି

ଆସନ୍ତା ଫେବୃୟାରୀ ମାସ ୯ ତାରିଖରେ ବାରବାଟୀରେ ହେବାକୁ ଯାଉଛି ଭାରତ ଆଉ ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ ଦିନିକିଆ ମ୍ୟାଚ ..ଏହି ମ୍ୟାଚ ପୂର୍ବରୁ ପିଚର ପ୍ରସ୍ତୁତି ବହୁତ ଜୋରସୋରରେ ଚାଲିଛି ..ଆଜିକାଲି ଲୋକମାନଙ୍କ ପସନ୍ଦ ହାଇସ୍କୋରିଂ ମୁକାବିଲା ହେଇଥିବାରୁ ଏହାକୁ ଧ୍ୟାନରେ ରଖାଯାଇଛି ..ଏଥିପାଇଁ ୫ଟି ପିଚ୍ ପ୍ରସ୍ତୁତ କରଯାଇଛି ..ହେଲେ ସେଥିମଧ୍ୟରୁ ଦୁଇଟି ପିଚ ସମସ୍ତଙ୍କ ଫୋକସରେ ରହିଛି .. ଗୋଟିଏ ହେଲା ମୁମ୍ବାଇରୁ ଆସିଥିବା ରେଡ ସଏଲ ର ପିଚ୍ ଆଉ ଗୋଟେ ହେଲା ଆମ ଓଡିଶାର କଳାହାଣ୍ଡି ଜିଲ୍ଲାରୁ ଆସିଥିବା ବ୍ଲାକ ସଏଲର ପିଚ୍..ବ୍ଲାକ ସଏଲ ପିଚ୍ ଉଭୟ ବ୍ୟାଟ୍ସମ୍ୟାନ ,ବୋଲରଙ୍କ ପାଇଁ ଇଫକଟିଭ ହେବ ବୋଲି କ୍ୟୁରେଟର କହିଛନ୍ତି ..ଏହା ମଧ୍ୟରେ ବାରବାଟୀର ପିଚ୍ ଆଉ ଆଉଟଫିଲଡକୁ ପରିଦର୍ଶନ କରିସାରିଛନ୍ତି ବିସିସିଆଇର ଚିଫ କ୍ୟୁରେଟର .ବର୍ତ୍ତମାନର ସ୍ତିତି କହୁଛି ୯ତାରିଖ ମ୍ୟାଚରେ ବଡ଼ ସମସ୍ୟା କରିବ କାକର ..ଏହାର ମୁକାବିଲା କରିବା ପାଇଁ ନୂଆ ସୁପର ସପର ଆଣିଛନ୍ତି ଓସିଏ ..ମ୍ୟାଚ ହେବାର ତିନି ଦିନ ପୂର୍ବରୁ ପିଚରେ କେମିକାଲ ସ୍ପ୍ରେ କରାହେବ .. ଦରକାର ପଡିଲେ ସୁପର ସପର ସହାୟତାରେ ମାନୁଆଲି କାକର ପରିସ୍ଥିତିକୁ ନିୟନ୍ତ୍ରଣ କରାଯିବ ..ତେବେ ଏବେ ଦେଖିବାକୁ ବାକି ରହିଲା କେଉଁ ପିଚ୍ ରେ ଭାରତ ଓ ଇଂଲଣ୍ଡ ମୁକାବିଲା ହେଉଛି

author

Related Articles

Leave a Reply

Your email address will not be published. Required fields are marked *