ଯବାନଙ୍କୁ ଭେଟିଲେ ମୋଦି…

ଯବାନଙ୍କୁ ଭେଟିଲେ ମୋଦି…

ଯବାନଙ୍କୁ ଭେଟିଲେ ମୋଦି । ଆଜି ସକାଳ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ସ୍ଥିତ ଆଦମପୁର ଏୟାରବେସରେ ପହଞ୍ଚି ଭାରତୀୟ ଯବାନମାନଙ୍କୁ ଭେଟିଥିଲେ । ଇଣ୍ଡିଆନ୍ ଏୟାରବେସରେ ବାୟୁବୀରଙ୍କ ସହ ସାକ୍ଷାତ କରି ଘଣ୍ଟାଏ ପଯ୍ୟନ୍ତ ପ୍ରଧାନମନ୍ତ୍ରୀ ଏୟାରବେସରେ ରହିଥିଲେ । ଯବାନଙ୍କ ସହ କଥାବର୍ତା ହୋଇଥିଲେ । ଏପରିକି ଏହି ସମୟରେ ଯବାନଙ୍କ ସହ ହସିହସି କଥା ହୋଇ ମୋଦି କିଛି ଫଟୋ ଉଠାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା ।ତେବେ ବର୍ତମାନ ଯୁଦ୍ଧରେ ବିରାମ ଲାଗିଥିବା ବେଳେ ଏହା ପୂବରୁ ପାକିସ୍ତାନ ଭାରତ ବିରୋଧରେ ମିଥ୍ୟା ପ୍ରଚାର ପ୍ରସାର କରି ଭାରତର ଆଦମପୁର ଏୟାରବେସ ଉପରେ ଆକ୍ରମଣ କରି ଏହାକୁ ଉଡାଇ ଦେଇଥିବା ଦର୍ଶାଇଥିଲା । କିନ୍ତୁ ଏବେ ଏହି ଫଟୋ ସବୁକୁ ଦେଖିଲେ ଏହା ମିଥ୍ୟା ବୋଲି ପ୍ରମାଣିତ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *