ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡ଼ିହ ଗ୍ରାମରେ ବୀର ଯବାନ ମାନଙ୍କ ଉଦେଶ୍ୟରେ ସରସ୍ବତୀ ଶିକ୍ଷା ମନ୍ଦିର ଆନୁକୂଲ୍ୟରେ ଏକ ବିରାଟ ପଟୁଆର ବନ୍ଧଡ଼ିହ ବଣିଆ ସାହି ନିକଟରୁ ଆରମ୍ଭ ହୋଇ ବନ୍ଧଡ଼ିହ ହାଟ ପର୍ୟ୍ୟନ୍ତ ପରାକ୍ରମ ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପରାକ୍ରମ ପଦଯାତ୍ରାରେ ବିଶିଷ୍ଟ ସମାଜ ସେବୀ , ରାଜ୍ୟ ଯୁବ ମୋର୍ଚ୍ଚା ସଂଯୋଜକଙ୍କ ସହିତ ଗ୍ରାମର ଜନସାଧାରଣଙ୍କ ସହିତ ସରସ୍ବତୀ ଶିକ୍ଷା ମନ୍ଦିରର ଛାତ୍ର ଛାତ୍ରୀ ଯୋଗଦାନ କରି ଭାରତର ବୀର ଯବାନଙ୍କ ଉଦେଶ୍ୟରେ ଜୟ ଗାନର ନାରା ଦେଇ ତ୍ରିରଙ୍ଗା ପତାକାକୁ ସମ୍ମାନ ଜଣାଇଥିଲେ ।
