ଯାଜପୁରରେ ବବିଙ୍କ ନେତୃତ୍ୱରେ ଲାଗିଲା ଲମ୍ବା ଧାଡି…

ଯାଜପୁରରେ ବବିଙ୍କ ନେତୃତ୍ୱରେ ଲାଗିଲା ଲମ୍ବା ଧାଡି…

ବିଜେଡି ନେତାଙ୍କ ଗହଳିରେ ହଜିଗଲା ବିଜେପି ନେତାଙ୍କ ଚିହ୍ନବର୍ଣ୍ଣ । ପୁଣି ବିଜେପି ତୁଳନାରେ ଅଧିକ ହାଇଲାଇଟ ହେଲା ବିଜେଡି । ହଁ ଦର୍ଶକବନ୍ଧୁ, ଯାଜପୁରରେ ଏବେ ବି ବିଜେଡି ରାଜ କରୁଥିବା ପୁଣି ଥରେ ପ୍ରମାଣିତ ହୋଇଛି । ଯାଜପୁରରେ ବିଜେଡି ନେତା ଏବଂ କର୍ମୀଙ୍କ ଗହଳି ଦେଖି ବିଜେପି ନେତାମାନେ କାବା ହୋଇଯାଇଥିବା ଚର୍ଚ୍ଚା ବି ହେଉଛି । ଆଉ ଏ ଚର୍ଚ୍ଚା ବିଜୁ ଜୟନ୍ତୀରେ ହୋଇଥିବା ବିଜେଡିର ସମାବେଶରୁ ଆଶଙ୍କା କରାଯାଉଛି । ଗତକାଲି ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଥିବା ବେଳେ ଯାଜପୁରରେ ଏହାକୁ ବହୁ ଆଡମ୍ବର ସହିତ ପାଳନ କରାଯାଇଥିଲା । ଯାଜପୁରର ସିଂହ କୁହାଯାଉଥିବା ବିଜେଡି ନେତା ପ୍ରବଣ ପ୍ରକାଶ ଦାସ ଓରଫ ବବି ଦାସଙ୍କ ନେତୃତ୍ୱରେ ଏହି ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା । ଆଉ ଏ ଭିଡ ଦେଖି ଶାସକ ଦଳର ନେତାଙ୍କ ନିଜ ହଜିଯାଇଥିବା ସାଧାରଣରେ ଆଲୋଚନା ହେଉଛି ।

ତେବେ କେବଳ ଯେ, ବିଜେଡି ନେତା ଏବଂ କର୍ମୀ ବିଜୁ ଜୟନ୍ତୀ ପାଳନ କରିଛନ୍ତି ତାହା ନୁହେଁ । ବିଜୁ ବାବୁଙ୍କ ଏକ ବିଶାଳ ପ୍ରତିମୂର୍ତିର ଉନ୍ମୋଚନ ନିଜେ ବିଜେଡି ନେତାମାନେ କରିଥିବା ଦେଖିବାକୁ ମିଳିଛି । ବବି ଦାସଙ୍କ ନେତୃତ୍ୱରେ ଯାଜପୁରର ସମସ୍ତ ବିଜେଡି ବିଧାୟକ ଏବଂ କର୍ମୀଙ୍କ ସହ ପୂର୍ବତନ ବିଧାୟକ ଏବଂ ଦଳର ଆଗ ଧାଡିର ନେତାମାନେ ଏହି ସମାରୋହରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏବଂ ବିଜୁ ବାବୁଙ୍କ ବିଶାଳ ପ୍ରତିମୂର୍ତିର ଉନ୍ନୋଚନ କରିଥିଲେ । ଆଉ ଏହି ସମୟରେ ଘଣ୍ଟ, ହୁଳହୁଳିରେ ପରିବେଶ ଫାଟି ପଡୁଥିବା ଦୃଶ୍ୟ ସାମ୍ନାକୁ ଆସିବା ସହ ଲୋକଙ୍କ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଥିଲା । ଯାହା ବିଜେପି ଆଖିକୁ କଷ୍ଟ ଦେଉଥିବା ଚର୍ଚ୍ଚା ହେଉଛି ।

ତେବେ ଓଡିଶା ପାଇଁ ବିଜୁ ବାବୁଙ୍କ ଅବଦାନ ଯେ ଅତୁଳନୀୟ ତାହା କାହାକୁ ଅଛପା ନାହିଁ । କିନ୍ତୁ ବିଜେପି ଗୋଟିଏ ପଟେ ବିଜୁ ବାବୁଙ୍କ ଗୁଣ ଗାଇବା ସହ ଅନ୍ୟପଟେ ତାଙ୍କୁ ଯେଉଁ ଅପମାନ ଦେଇଛି ତାକୁ ନେଇ ଏବେ ବି ରାଜନୀତିର ମାହୋଲ ସରଗରମ ରହିଛି । ଏବଂ ଏହାର କଡା ଜବାବ ବିଜେଡି ଆଗାମୀ ଦିନରେ ବିଜେପିକୁ ଦେବା ଏକ ପ୍ରକାର ନିଶ୍ଚିତ । ଆଉ ଏହାର ଆରମ୍ଭ ନିଜେ ନିଜେ ବିଜେଡି ବିଜୁ ବାବୁଙ୍କ ଏକ ପ୍ରତିମୂର୍ତିର ଉନ୍ନୋଚନ କରିବାରୁ ହୋଇସାରିଛି । ତେବେ ଦେଖାଯାଉ ଆଗକୁ ବିଜେଡିର ପ୍ଲାନିଂ କଣ ରହୁଛି ଏବଂ ବିଜେପିକୁ କିଭଳି ଜବାବ ମିଳୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *