ଯାଜପୁରରେ ବବିଙ୍କ ପତିଆରା ଜାହିର !

ଯାଜପୁରରେ ବବିଙ୍କ ପତିଆରା ଜାହିର !

ଯାଜପୁରରେ ବବିଙ୍କ ପତିଆରା ଜାହିର । ମେଳି କଲେ ବିଜେଡି ନେତା, ପାୱାର ସୋ କଲେ ବବି । ହଁ ଆଜ୍ଞା, ଦୀର୍ଘ ଦିନ ପରେ ଯାଜପୁରର ସମସ୍ତ ବିଜେଡି ନେତା ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା । ବର୍ତମାନର ବିଧାୟକଙ୍କ ସହ ପୂବତନ ବିଧାୟକ ଏବଂ ଅନ୍ୟ ନିବାଚନ ମଣ୍ଡଳୀର ନେତାମାନେ ଯାଜପୁରରେ ଏକାଠି ହୋଇ ଏକ ବିଶାଳ ସମାବେଶ କରିଥିବା ନଜର ଆସିଥିଲେ । ଯେଉଁ ଦୃଶ୍ୟ ଦେଖି ବିଜେପି ଶିବିରରେ କମ୍ପନ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛିା କାହିଁକି ନା ଗତ ନିବାଚନରେ ବିଜେଡିର ଗଡ କୁହାଯାଉଥିବା ଯାଜପୁରର ୭ଟି ଆସନ ମଧ୍ୟରୁ ୪ଟି ଆସନ ନିଜ କବଜାକୁ ନେଇଛି । କିନ୍ତୁ ତଥାପି ଯାଜପୁରରେ ବିଜେପିର କମ୍ ଏବଂ ବିଜେଡିର ଦବଦବା ଅଧିକ ରହିଥିବା ଦେଖିବାକୁ ମିଳିଛି । ଆଉ ଏହାର ନିଚ୍ଛକ ଉଦାହରଣ ବିଜୁ ଜୟନ୍ତୀରେ ସାମ୍ନାକୁ ଆସିଛି ।

ଯାଜପୁରର ନବନିର୍ମିତ ଯଯାତି କେଶରୀ ମେଡିକାଲ କଲେଜ ସମ୍ମୁଖରେ ବିଜୁ ବାବୁଙ୍କ ୪୩ ଫୁଟ ଉଚ୍ଚର ସର୍ବବୃହତ ପ୍ରତିମୂର୍ତ୍ତି ଉନ୍ମୋଚନ ସହ ବିଶାଳ ସମାବେଶ କରିଥିଲେ ବିଜେଡିର ତୁଙ୍ଗ ନେତା ପ୍ରଣବ ପ୍ରକାଶ ଦାସ । ଦଳର ସବୁ ଆଗଧାଡ଼ିର ନେତା ଆଉ ହଜାର ହଜାର କର୍ମୀଙ୍କ ଗହଣରେ ବବି ଆୟୋଜନ କରିଥିଲେ ବିରାଟ ସମାବେଶ । ବିଜୁଙ୍କ ସ୍ମୃତି ଚାରଣ କରିବା ସହ ବିଜେପି ସରକାରଙ୍କୁ ଟାର୍ଗେଟ୍ କରିଥିଲେ ବିଜେଡି ନେତାଏ । ନବୀନଙ୍କ ନେତୃତ୍ବରେ ଯାଜପୁରର ଯେଉଁ ଭଳି ବିକାଶ କରିଛନ୍ତି ବବି, ମୋହନ ସରକାର ତାକୁ ଏକ ମଡେଲ୍ ଭାବେ ଗ୍ରହଣ କରିବା କଥା ବୋଲି ମତ ରଖିଥିଲେ ଅରୁଣ ଓ ସଂଜୟ । ଆଉ ସମସ୍ତେ ପ୍ରଣବଙ୍କ ସାଂଗଠନିକ ଦକ୍ଷତାକୁ ମଧ୍ୟ ପ୍ରଶଂସା କରିଥିଲେ ।

ଅନ୍ୟପଟେ ଏହି ପାୱାର ସୋ ମାଧ୍ୟମରେ ବବି ବିଜେପିକୁ ଚେତାଇ ଦେଇଥିବା ମଧ୍ୟ କୁହାଯାଉଛି । ଆଗକୁ ପଞ୍ଚାୟତ ନିବାଚନରେ କଡା ମୁକାବିଲା ହେବା ନେଇ ବବି ଦଳର ସଙ୍ଗଠନକୁ ମଜବୁତ କରୁଥିବା ଦର୍ଶାଉଛନ୍ତି । ଏବଂ ବବି ଦଳରେ ଯେପରି ପୂବରୁ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ ଏବେ ବି ସେହିଭଳି ରହିଥିବା କୁହାଯାଉଛି । ତେବେ ବବିଙ୍କ ଏହି ରୂପ ଦେଖି ବିଜେପି ଶିବିରରେ କେଉଁ ହଲଚଲ ହେଉଛି ତା ଉପରେ ରହିଛି ସମସ୍ତଙ୍କ ନଜର ।

author

Related Articles

Leave a Reply

Your email address will not be published. Required fields are marked *